Latest Odisha News

୩ ନୂଆ ରୁଟ୍‌ରେ ଗଡ଼ିବ ମୋ ବସ୍

ଭୁବନେଶ୍ଵର: ୩ ନୂଆ ରୁଟରେ ଗଡ଼ିବ ମୋ ବସ୍ । କ୍ରୁଟ ପକ୍ଷରୁ ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍ ସେବା ଯୋଗାଇ ଦିଆଯିବ। ରୁଟ ନଂ ୬୪ରେ ମୋ ବସ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡା ବସ୍‌ଷ୍ଚାଣ୍ଡ ଦେଇ ଜଟଣୀ ଗେଟ୍ ପର୍ଯ୍ୟନ୍ତ ଯିବ।

ସେହିପରି ରୁଟ ନଂ ୬୩ରେ ଗାଡ଼ି ବରମୁଣ୍ଡା ଆଇଏସବିଟିରୁ ପାହାଳ ଦେଇ ନିଆଳି ପର୍ଯ୍ୟନ୍ତ ଯିବ। ରୁଟ ନଂ ୬୨ରେ ବରମୁଣ୍ଡା ବସ୍‌ଷ୍ଚାଣ୍ଡରୁ ବାହାରି ପିପିଲି ବଜାର ଦେଇ ସୁଆଣ୍ଡୋ ପର୍ଯ୍ୟନ୍ତ ଯିବ। ଏହି ୩ ରୁଟରେ ଆଜିଠାରୁ ବସ୍ ଗଡ଼ିବ। ବହୁ ଦିନ ଧରି ଏହି ରୁଟରେ ମୋ ବସ୍ ଚଳାଇବା ପାଇଁ ଦାବି ହୋଇ ଆସୁଥିଲା। ଏନେଇ କ୍ରୁଟ ପକ୍ଷରୁ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ଯୋଗାଇ ଦିଆଯିବ। ଫଳରେ ୩ ଅଞ୍ଚଳବାସୀ ଉପକୃତ ହେବେ।

Comments are closed.