Latest Odisha News

BREAKING NEWS

ପଣ୍ୟ କାରବାରରେ ପୁଣି ରେକର୍ଡ କଲା ପାରାଦୀପ ବନ୍ଦର, ୧୨୯ ଦିନରେ ହାସଲ କଲା ଟାର୍ଗେଟ୍

ପାରାଦୀପ: ପୁଣି ସଫଳତା ହାସଲ କଲା ପାରାଦୀପ ବନ୍ଦର। ପଣ୍ୟ ବେପାରରେ ଆଉଥରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି। ଦେଶର ସବୁ ବୃହତ ବନ୍ଦର ମଧ୍ୟରେ ଚଳିତ କ୍ୱାର୍ଟରରେ ପାରାଦୀପ ବନ୍ଦର ସର୍ବାଧିକ ପଣ୍ୟ କାରବାର କରିଛି। ଅଗଷ୍ଟ ୮ ତାରିଖ ସୁଦ୍ଧା ବନ୍ଦର ୫୦.୧୬ ମିଲିୟନ୍ ମେଟ୍ରିକ୍ ଟନ୍ ପରିମାଣର ପଣ୍ୟ କାରବାର କରିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୬.୫ ପ୍ରତିଶତ ଅଧିକ।

BjdElectrycity

ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର କରି ସମଗ୍ର ଦେଶରେ ଥିବା ବୃହତ ବନ୍ଦରମାନଙ୍କ ମଧ୍ୟରେ ନୂତନ ରେକର୍ଡ କରିଛି। ପୂର୍ବଥର ଏହି ରେକର୍ଡକୁ ବନ୍ଦର ୧୪୦ ଦିନରେ ହାସଲ କରିଥିବା ବେଳେ ଚଳିତଥର ଏହା ୧୨୯ ଦିନରେ ହାସଲ କରିଛି। ସେହିପରି ଚଳିତ ତ୍ରୈମାସିକ କାରବାରରେ ଏହି ସଂଖ୍ୟା ୮୧୨ ଥିଲା। ଏହି ସଫଳତା ହାସଲ କରିବା ଅବସରରେ ବନ୍ଦର ଅଧ୍ୟକ୍ଷ ପିଏଲ୍ ହାରନାଦ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ବନ୍ଦର ସହ ଜଡ଼ିତ ସମସ୍ତ ସଂସ୍ଥାଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.