Latest Odisha News

BREAKING NEWS

ଏଣିକି ପ୍ରତି ପଞ୍ଚାୟତରେ ଗଡିବ ‘ମୋ ବସ’

ଭୁବନେଶ୍ୱର:ଖାଲି ସହର ନୁହେଁ, ଏଣିକି ଗାଁରେ ବି ଗଡିବ ମୋ ବସ ।ବ୍ଲକରୁ ପ୍ରତି ପଞ୍ଚାୟତକୁ ଯିବ ମୋ ବସ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଊଷା ପାଢ଼ୀ। ପ୍ରାଥମିକ ପର୍ଯ୍ୟାୟରେ କିଛି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଏହା ସବୁ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ପରିବହନ ସଚିବ ।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ମୋ ବସ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ଚାଲିବ ।ଏହି ୬ଟି ଜିଲ୍ଲା ହେଉଛି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତିରେ ।

ସୂଚନାଥାଉ କି, ଚଳିତ ମାସ ୧୮ ତାରିଖରେ  କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT)  ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାରେ ଗଡିଥିଲା ମୋ ବସ ।   ସମ୍ବଲପୁର-ଝାରସୁଗୁଡା-ବେଲପାହାଡ ଏବଂ ବ୍ରହ୍ମପୁର-ଗୋପାଲପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି ପାଇଁ ମୋ ବସ ସେବା ଯୋଗାଇ ଦେବାକୁ ଘୋଷଣା କରିଥିଲା CRUT ।

ଏହି ୩ ଜିଲ୍ଲାକୁ ମିଶାଇଲେ ମୋଟ ୭ଟି ଜିଲ୍ଲାରେ ମୋ ବସ ସେବା ମିଳିବ । ତେବେ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନ୍ୟ ପ୍ରମୁଖ ସହରରେ ମୋ ବସ ସେବା ଯୋଗାଇ ଦେବାକୁ ଦାବି ହୋଇଥିଲା ।

Leave A Reply

Your email address will not be published.