ବ୍ରସେଲ୍ସ: ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ଚାଲିଥିବା ଭାନ ଡାମ ମିଟରେ ବ୍ରିଟେନର ଧାବକ ମୋ ଫାରାହ ୧ ଘଂଟା ଦୌଡ ପ୍ରତିଯୋଗିତାରେ ବିଶ୍ୱରେକର୍ଡ ସ୍ଥ୍ାପନ କରିଛନ୍ତି । ମହିଳା ବିଭାଗରେ ନେରଦଲ୍ୟାଣ୍ଡର ସିଫାନ ହାସନ ମଧ୍ୟ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପୁରୁଷ ବିଭାଗରେ ଫରାହ ୨୧.୩୩୦ କିଲୋମିଟର ଦୌଡି ଗେବ୍ରସେଲାସିଙ୍କ ରେକର୍ଡ ଭାଙ୍ଗିଥିଲେ । ୧୩ ବର୍ଷ ପରେ ଏହି ରେକର୍ଡ ଭାଙ୍ଗିଛି ।
ସେହିପରି ମହିଳା ବିଭାଗରେ ସିଫାନ ୧୮.୯୧୭ କିଲୋମିଟର ଦୌଡିଥିଲେ । ସେ ଇଥିଓପିଆର ଡିରେ ଟୁନେଙ୍କ ୨୦୦୮ର ରେକର୍ଡ ଭାଙ୍ଗିଥିଲେ । କରୋନା ମହାମାରୀ ଯୋଗୁ ଏହି ଲିଗ୍ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ।
Comments are closed.