Latest Odisha News

ଭୁବନେଶ୍ୱରରୁ ପୁଣି ବାହାରିଲେ ୪୦୯ ପଜିଟିଭ, ମୋଟ ସଂଖ୍ୟା ୧୨ ହଜାର ପାର୍

ଭୁବନେଶ୍ୱର: ଭୁବନେଶ୍ୱରେ ବଢ଼ୁଛି କରୋନା ସଂକ୍ରମଣ । ସବୁଠାରୁ ଚିନ୍ତା ଜନକ ରହିଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଶହେରୁ ୨ଶହ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛି । ଆଜି ପୁଣି ରାଜଧାନୀରୁ ୧୬୭ ସ୍ଥାନୀୟ ସଂକ୍ରମିତଙ୍କ ସମେତ ୪୦୯ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍ ସେଂଟରୁ ୨୪୨ ରହିଛିନ୍ତି । ଏଥିସହ ୩୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁରରୁ ୧୧ ଜଣ, ଚକେଇସିହାଣୀରୁ ୮ ଜଣ, ଷ୍ଟେସନ ଛକ, ନୟାପଲ୍ଲୀରୁ ୭ ଜଣ ଲେଖାଏଁ, ଶିଖରଚଣ୍ଡି ସାହି, ୟୁନିଟ-୯ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରୁ ୬-୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୧୬୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଭିଏସ୍‌ଏସ୍‌ ନଗରରୁ ୧୦ ଜଣ, ନୟାପଲ୍ଲୀରୁ ୬ ଜଣ, ସହିଦ ନଗର, ଦୂରଦର୍ଶନ କଲୋନି, ଚକେଇସିହାଣୀରୁ ୫ ଜଣ ଲେଖାଏଁ ଅଛନ୍ତି।

ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୮୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୮୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୪୭ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.