Latest Odisha News

BREAKING NEWS

ଅଙ୍ଗାରଗାଁରେ ‘ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ’ ଆୟୋଜିତ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସୁପରଭାଇଜର ବିଶ୍ୱନାଥ ବେହେରା ପ୍ରମୁଖ ଯୋଗ ଦେଇ ଏହି କାର‌୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

ମୋ ଗାଁରେ ତହସିଲ ମାଧ୍ୟମରେ ଲୋକଙ୍କ ଘର ପଟା, ମ୍ୟୁଟେସନ, ରେଜିଷ୍ଟ୍ରସନ, ଜାତିଗତ ପ୍ରମାଣ ପତ୍ର, ଦାଖଲ, କିସମ ପରିବର୍ତନ, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଋଣ ପରିଶୋଧ ସମ୍ବଧୀୟ ସେବା ଯୋଗାଇ ଦିଆଯାଉଛି।

ଆଗକୁ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସରୋଜ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ ଯୋଗ ଦେଇ ସାଧାରଣ ଜନତାଙ୍କୁ ଏହାର ସୁବିଧା ନେବା ପାଇଁ ଅବଗତ କରାଇଥିଲେ।

ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଦାସ, ସହକାରୀ ରାଜସ୍ବ ନିରୀକ୍ଷକ ଅଭୟ କୁମାର ପ୍ରଧାନ, ଅମିନ ସନ୍ତୋଷ କୁମାର ସେଠି, ଚିନ୍ମୟ କୁମାର ବେହେରା, ସନ୍ତୋଷ କୁମାର ବେହେରା,ଶେଷ ରଞ୍ଜନ ମିଶ୍ର, ପ୍ରକାଶ ଚନ୍ଦ୍ର ରାଉଳ, ଅନିତା କୁମାରୀ ନାୟକ, ସୁଦୁରୁ ବେହେରା, କୃଷ୍ଣ ଚନ୍ଦ୍ର ଡାକୁଆଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.