Latest Odisha News

BREAKING NEWS

ଡ୍ରଗ୍ସ ଲିଙ୍କ: ଏନ୍‌ସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା ଅର୍ଜୁନ ରାମପାଲ । ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ସୋମବାର ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ଅଫିସରେ ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା। ଆଉ ଏବେ ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଶୁକ୍ରବାର ଦିନ ହାଜର ହେବାକୁ କୁହାଯାଇଛି।

ଅନ୍ୟପଟେ ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ଏନସିବି ଦ୍ୱିତୀୟ ଥର ପଚରାଉଚରା ପାଇଁ ଡାକିଛି। ଏ ନେଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡ଼େ ସୂଚନା ଦେଇଛନ୍ତି। ପୂର୍ବରୁ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସ୍ ଡେମେଟ୍ରିଏଡସ୍‌ଙ୍କୁ କୋକିନ୍ ସପ୍ଲାୟର ଓମେଗା ଗଡଓ୍ୱିନଙ୍କ ସହ ଲିଙ୍କ ଥିବା ନେଇ ଏନସିବି ଗିରଫ କରିଛି। ତେବେ ଏହି ମାମଲାରେ ବର୍ତ୍ତମାନ ଗାବ୍ରିଏଲାଙ୍କୁ ପଚରାଉଚରା କରାଯାଉଛି।

ଏହା ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଫିଲ୍ମ ନିର୍ମାତା ଫିରୋଜ ନାଦିଆଡୱାଲାଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା, ଯେଉଁଥିରେ ତାଙ୍କ ପତ୍ନୀ ଶାନା ସଇଦ ଗିରଫ ହୋଇଥିଲେ। ଫିରୋଜ ନାଡିଆଡୱାଲାଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଥିଲା।

Leave A Reply

Your email address will not be published.