Latest Odisha News

ବିହାରରେ ସ୍କୁଲ ବସକୁ ଜାଳିବାକୁ ଉଦ୍ୟମ କରୁଥିଲେ ବିକ୍ଷୋଭକାରୀ!

ଗୋପାଳଗଞ୍ଜ: ଗୋପାଳଗଞ୍ଜରେ ଭାରତ ବନ୍ଦ ସମୟରେ ଏକ ସ୍କୁଲ ବସକୁ ଘେରି ଯାଇଥିଲେ ବିକ୍ଷୋଭକାରୀ। ଏହି ସମୟ ମଧ୍ୟରେ ୨୦ରୁ ଅଧିକ ସ୍କୁଲ ପିଲା ବସରେ ଉପସ୍ଥିତ ଥିଲେ। ଏପରିକି ରାସ୍ତାରେ ନିଆଁ ଲଗାଇ ଯାନବାହାନ ଅଟକାଇ ଦେଇଥିଲେ।

ଗୋପାଳଗଞ୍ଜ ଏସପି ସ୍ୱର୍ଣ୍ଣ ପ୍ରଭାତ କହିଛନ୍ତି ଯେ ‘ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଯାଇ ପାଟନାରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲା। ଏହି ସମୟରେ ପୋଲିସ ଭୁଲବଶତଃ ପାଟନା ସଦର ଏସଡିଏମ ଶ୍ରୀକାନ୍ତ କୁଣ୍ଡଲିକ୍ ଖଣ୍ଡେକରଙ୍କୁ ଡାକବଙ୍ଗଳା ଛକ ନିକଟରେ ପିଟି ଦେଇଥିଲେ।

ସେହିପରି ବକ୍ସରରେ ସିଭିଲ କୋର୍ଟର ବିଚାରପତିଙ୍କ କାରକୁ ବିକ୍ଷୋଭକାରୀମାନେ ଅଟକାଇଥିଲେ। ବିକ୍ଷୋଭକାରୀମାନେ ବାଡ଼ିଧରି ଗାଡି ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

 

Comments are closed.