Latest Odisha News

ମୋବାଇଲ୍ ପରାମର୍ଶରେ ଝାରସୁଗୁଡ଼ାର ଏହି ଚାଷୀ ପ୍ରଚୁର ଉତ୍ପାଦନ କଲେ; କିପରି ଜାଣନ୍ତୁ…

ଝାରସୁଗୁଡ଼ା: ଅଚାନକ ପ୍ରାାକୃତିକ ବିପର୍ଯ୍ୟୟରେ ଆଜିକାଲି ଚାଷକାର୍ଯ୍ୟରେ ଅନେକ କ୍ଷୟକ୍ଷତି ଘଟୁଛି । ଯଦି ସମସ୍ତ କାର୍ଯ୍ୟରେ ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ଉପଯୋଗ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ନୁହେଁ? କୃଷକମାନେ କିପରି ଏହିପରି ପ୍ରାକୃତିକ ବିପର୍ଯ୍ୟୟରୁ ମୁକୁଳି ପ୍ରଚୁର ଉପାର୍ଜନ କରିପାରିବେ ସେଥିଲାଗି ଏବେ ଅତ୍ୟାଧୁନିକ ଜ୍ଞାନ-କୌଶଳ ଉପଯୋଗ ହୋଇପାରିଛି ।

ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଜମେରା ଗ୍ରାମର ଚାଷୀ ଦେବନାରାୟଣ ରୋହିଦାସ କିପରି ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗ କରି ପ୍ରଚୁର ଉତ୍ପାଦନ କରିପାରୁଛନ୍ତି ଏହା ଏକ ବଡ଼ ଉଦାହରଣ । ସେ ଚାଷରୁ ଅଧିକ ଉପାର୍ଜନ କରିପାରି ଏବେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ଏହା ସମ୍ଭବ ହୋଇଛି କେବଳ ଅତ୍ୟାଧୁ୍ନିକ ଜ୍ଞାନ କୌଶଳ ଏବଂ କୃଷି ସମ୍ପର୍କୀତ ଉତ୍ତମ ପରାମର୍ଶ ଗ୍ରହଣ କରିବା ଦ୍ୱାରା ।

“ମୁଁ ମୋର ନିଜସ୍ୱ ୭ ଏକର ଚାଷଜମିରେ ଚାଷ କରୁଛି । ସାଧାରଣତଃ ପ୍ରତିବର୍ଷ ମୁଁ ଧାନଚାଷ ଏବଂ ପରିବା ଚାଷ କରିଥାଏ । ପ୍ରଥମଥର ଲାଗି ମୁଁଁ ଆମ ର୍ଗାଁରେ ମାଛଚାଷ ଲାଗି ଏକ ପୋଖରୀ ମଧ୍ୟ ଲିଜ୍ ରେ ନେଇଛି । ସେଠାରେ ମୁଁ ମାଛଚାଷ ଆରମ୍ଭ ମଧ୍ୟ କରିଛି,” ବୋଲି ସଫଳ ଚାଷୀ ରୋହିଦାସ କହନ୍ତି ।

ଗତବର୍ଷ ମୁଁ ତ୍ରୁଟିପୂର୍ଣ୍ଣ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଚାଷରେ କ୍ଷତି ସହିଥିଲି । ମୁଁ ସେତେବେଳେ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଥିଲି । କ’ଣ କରିବି ବୋଲି କିଂ କର୍ତ୍ତବ୍ୟ ବିମୂଢ ହୋଇପଡ଼ି ଏକପ୍ରକାର ହତାଶଭାବ ମୋତେ ଗ୍ରାସିଥିଲା । ଏପରିକି ସେହିସମୟରେ ମୁଁ କୌଣସି କୃଷିବିତଙ୍କ ଠାରୁ ଏ ସମ୍ପର୍କରେ କୌଣସି ପରାମର୍ଶ ମଧ୍ୟ ପାଇ ପାରିନଥିଲି । ସେତେବେଳେ ମୁଁ ଜଣେ ସ୍ଥାନୀୟ ସାରଦୋକାନୀଙ୍କ ଠାରୁ କିଛି ପରାମର୍ଶ ପାଇଥିଲେ ମଧ୍ୟ ତାହା ମଧ୍ୟ କାମ ଦେଇ ପାରିନଥିଲା, ବୋଲି ସେ କହିଛନ୍ତି ।

ଦିନେ ମୁଁ ‘ରିଲାଏନ୍ସ ଫାଉଣ୍ଡେସନ (ଆରଏଫଆଇଏସ)’ ପକ୍ଷରୁ ଏକ ଭଏସ୍ ମ୍ୟାସେଜ୍ ପାଇଲି । ସେମାନେ ମୋତେ ଏକ ହେଲ୍ପଲାଇନ୍ ନମ୍ବର ଦେଇଥିଲେ । ଯେଉଁ ନମ୍ବର ଦ୍ୱାରାକି ମୁଁ ଜଣେ କୃଷି ବୈଜ୍ଞାନିକଙ୍କ ସାହାଯ୍ୟ ନେଇ ପାରିବି । ସେହି କୃଷି ବୈଜ୍ଞାନିକଙ୍କ ଦ୍ୱାରା ଅନେକ ପରାମର୍ଶ ପାଇ ମୁଁ ମୋ ଚାଷକାର୍ଯ୍ୟରେ ତାହାକୁ ଉପଯୋଗ କଲି । ମୋର ସମସ୍ତ କୃଷି ସମସ୍ୟା ଦୂର ହୋଇଗଲା । ମାତ୍ର ୨ ଏକର ଚାଷଜମିରୁ ମୁଁ ଏବର୍ଷ ଅଧିକ ୨୫,୦୦୦ ରୁ ୩୦,୦୦୦ ଟଙ୍କା ଉପାର୍ଜନ କରିପାରିଲି, ବୋଲି ରୋହିଦାସ କହିଛନ୍ତି ।

“ଯେହେତୁ ମୁଁ ଏବର୍ଷ ନୂଆକରି ମାଛଚାଷ ଆରମ୍ଭ କରିଛି, ତେଣୁ ଏବିଷୟରେ ମୋର ଅଧିକ ଜ୍ଞାନ ନାହିଁ । ମାତ୍ର ‘ରିଲାଏନ୍ସ ଫାଉଣ୍ଡେସନ (ଆରଏଫଆଇଏସ)’ ଦ୍ୱାରା ମୁଁ ମାଛଚାଷ ସମ୍ପର୍କରେ ଅନେକ ଜ୍ଞାନ କୌଶଳ ଏବଂ ନୂତନ ତଥ୍ୟ ହାସଲ କରିପାରିଲି । ଏହି ମାଛଚାଷରୁ ମଧ୍ୟ ମୁଁ ଏବେ ପ୍ରଚୁର ଉପାର୍ଜନ କରିପାରୁଛି,” ବୋଲି ଝାରସୁଗୁଡ଼ାର ସଫଳ ଚାଷୀ ଦେବନାରାୟଣ କହିଛନ୍ତି ।

“‘ରିଲାଏନ୍ସ ଫାଉଣ୍ଡେସନ’ ଯୋଗୁଁ ମୁଁ ପ୍ରକୃତରେ ଅନେକ ଉପକୃତ ହୋଇପାରିଛି, ଯାହାକି ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଏବେ ମୁଁ ଧାନଚାଷ ଏବଂ ମାଛଚାଷ ଉଭୟରୁ ପ୍ରଚୁର ଅମଳ କରି ଅଧିକରୁ ଅଧିକ ଉପାର୍ଜନ କରିପାରୁଛି । ମୋ ଜୀବନ ଜୀଇଁବାର ଶୈଳୀ ମଧ୍ୟ ଏବେ ବେଶ୍ ପରିବର୍ତ୍ତନ ହୋଇପାରିଛି । ଏହା ସମ୍ଭବ ହୋଇପାରିଛି କେବଳ ରିଲାଏନ୍ସ ଫାଉଣ୍ଡେସନର ଅତୁଳନୀୟ ସାହାଯ୍ୟ ଯୋଗୁଁ,” ବୋଲି ରୋହିଦାସ କହିଛନ୍ତି ।

Leave A Reply

Your email address will not be published.