Latest Odisha News

ଯାଜପୁରରେ ନକଲି ଅଟା କାରଖାନା ଠାବ; ବିପୁଳ ପରିମାଣର ଅଟା ଜବତ

ଯାଜପୁର: ଯାଜପୁର ଟାଉନ ଅଞ୍ଚଳରେ ସୋମବାର ଦିନ ସ୍ଥାନୀୟ ପୋଲିସ ଏକ ନକଲି ଅଟା କାରଖାନା ଉପରେ ଚଢ଼ାଉ କରିଛି । ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ମିଶ୍ରିତ ଅଟା ଜବତ କରିଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଯାଜପୁର ଟାଉନ ଦେବୀ ଦ୍ବାର ଅଞ୍ଚଳର କେଶବ ଚନ୍ଦ୍ର ପାଣି ନିଜର ଏହି ଅଟାକଳରେ ସ୍ଥାନୀୟ ଲୋକଙ୍କ ଗହମ ପେସାଇ ଅଟା ପ୍ରସ୍ତୁତ କରିଥାନ୍ତି।

କିଛି ମାସ ହେବ କେଶବଙ୍କ ଏହି ଅଟକଳ କାରଖାନାରେ ପରିଣତ ହେବା ସହ ଏଠାରେ ‘ପରିବାର’ ଅଟା କମ୍ପାନୀ ନାମରେ ନକଲି ଅଟା ପ୍ୟାକେଟ କରି ବଜାରକୁ ଛାଡୁଥିବାର ଏକ ବିଶ୍ୱସ୍ଥ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା ।

ତେବେ ସୋମବାର ଦିନ ପୋଲିସ କେଶବଙ୍କ ଏହି ଅଟା କାରଖାନାରେ ଅତର୍କିତ ଚଢ଼ାଉ କରି ‘ପରିବାର’ କମ୍ପାନୀ ପ୍ୟାକେଟର ୧ କେଜି ବିଶିଷ୍ଟ ୫୦ ପ୍ୟାକେଟ , ୨୨୦ ପିସ ଖୋଲା ପ୍ୟାକେଟ, ୨୮୦ ପ୍ୟାକେଟର ୧କେଜିଆ ନକଲି ଅଟା, ୬୫ ପ୍ୟାକେଟ ୫ କେଜିଆ ପ୍ୟାକେଟ ଅଟା ସହ ପ୍ୟାକେଟ କରୁଥିବା ମେସିନ ଜବତ କରିଛି।

ଏହି ଘଟଣାରେ ପୋଲିସ ସମ୍ପୃକ୍ତ ମାଲିକ କେଶବ ଚନ୍ଦ୍ର ପାଣିଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.