Latest Odisha News

BREAKING NEWS

ଅଯୋଧ୍ୟା ରାୟ: ଏହିସବୁ ସ୍ଥାନରେ ବାଧାପ୍ରାପ୍ତ ହେଲା ଇଣ୍ଟରନେଟ ସେବା, ଜାଣନ୍ତୁ

ଲକ୍ଷ୍ମୌ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପାଇଁ ସୁରକ୍ଷା ଦୃଷ୍ଟିରୁ ଦେଶର ଅନେକ ସ୍ଥାନରେ ଇଣ୍ଟରନେଟ ସେବା ବିଛିନ୍ନ କରାଯାଇଥିବା ସୂଚନା ମିଳିଛି ।


ଉତ୍ତରପ୍ରଦେଶ ପୋଲିସ ମହା ନିର୍ଦ୍ଦେଶକ ଓପି ସିଂ ନିଜର ଏକ ବୟାନରେ କହିଛନ୍ତି ଯେ, ୩୧ଟି ‌ସମ୍ବେଦନଶୀଳ ଜିଲ୍ଲାବାସୀଙ୍କ ସାଂପ୍ରଦାୟିକ ପ୍ରତିକ୍ରିୟା ଜାଣିବା ପାଇଁ ଚାରିଆଡ଼ୁ କଡ଼ା ତଦାରଖ କରାଯାଉଛି। ଏହିସବୁ ଜିଲ୍ଲାର କୌଣସି ବି ସ୍ଥ‌ାନରେ କେଉଁ ବି ସମୟରେ ଇଣ୍ଟରନେଟ୍‌ ବନ୍ଦ ହୋଇପାରେ।’

ସୁପ୍ରିମକୋର୍ଟଙ୍କ ଏହି ରାୟ ଶୁଣାଣି ପରେ ସଂପୃକ୍ତ ଅଞ୍ଚଳରେ ବିବାଦ ଉପୁଜିବାର ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଡିଜି କହିଛନ୍ତି ।

ମୁଖ୍ୟତଃ ଯେଉଁ ଜିଲ୍ଲାଗୁଡ଼ିକରେ ଇଣ୍ଟରନେଟ୍‌ କଟିବାର ଆଶଙ୍କା ରହିଛି ସେ ଜିଲ୍ଲାଗୁଡ଼ିକ ଭିତରେ ଅଛି ଲକ୍ଷ୍ନୌ, ପ୍ରୟାଗରାଜ, ମୋରାଦାବାଦ, ମିରଟ, ଗୋରଖପୁର ଏବଂ ବାରଣାସୀ। ସେହିପରି ଆଗ୍ରା, ଆଲିଗଡ଼ ଆଦି ଜିଲ୍ଲାମାନଙ୍କରେ ଗତକାଲି ରାତିରୁ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି ।

Comments are closed.