Latest Odisha News

BREAKING NEWS

ଅଯୋଧ୍ୟା ରାୟକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପଡିପାରେ ମହଙ୍ଗା !

ଭୁବନେଶ୍ୱର: ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଅଯୋଧ୍ୟା ସମେତ ସାରା ଦେଶ ସଜାଗ ରହିଛି । ଓଡିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ । ଅଯୋଧ୍ୟା ମାମଲାକୁ ନେଇ କୌଣସି ଅପ୍ରୀତିକର ପରସ୍ଥିତିକୁ ଏଡାଇବା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି ଓଡିଶା ପୋଲିସ ।

ତେବେ ଅଯୋଧ୍ୟା ରାୟକୁ ନେଇ ସୋସିଆଲ ମିଡିଆରେ କୌଣସି ଉତ୍ତେଜକମୂଳକ ପୋଷ୍ଟ କଲେ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି ବିକେ ଶର୍ମା ।

ଏହାକୁ ନେଇ ଡିଜିପି ବିକେ ଶର୍ମା ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଶାନ୍ତି ଶୃଙ୍ଖଳା ଓ ସଦଭାବନା ବଜାୟ ରଖିବାକୁ ଓଡିଶା ପୋଲିସ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି । କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ଉତ୍ତେଜକ ମୂଳକ ପୋଷ୍ଟ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମ୍ବେଦନଶୀଳ ଜିଲ୍ଲାରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ଥିବା ସହ ସମସ୍ତ ସ୍ଥିତି ଉପରେ ନଜର ରଖିବାକୁ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଜିପି କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଶାନ୍ତି ବଜାୟ ପାଇଁ ବିଭିନ୍ନ ଧାର୍ମିକ ନେତାଙ୍କ ସହ ଆଲୋଚନା ହୋଇଥିବା ବେଳେ ମୋବାଇଲ ପାଟ୍ରୋଲିଙ୍ଗଙ୍କୁ କଡାକଡି କରାଯାଇଛି । ଉତ୍ତେଜନାମୂଳକ ଟ୍ୱିଟ କିମ୍ବା ପୋଷ୍ଟ ଦ୍ୱାରା ହିଂସା ନ ବ୍ୟାପିବା ପାଇଁ ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖାଯାଇଛି ।


ସୂଚନଯୋଗ୍ୟ, ଶାନ୍ତି ଓ ସଦଭାବନା ବଜାଇ ରଖିବାକୁ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.