Latest Odisha News

ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର କରୁଥିଲେ ସାବଧାନ! ଯାଇପାରେ ଆପଣଙ୍କ ଜୀବନ

ନୂଆଦିଲ୍ଲୀ: କ’ଣ ଆପଣ ସବୁବେଳେ ଅତ୍ୟଧିକ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସମୟ ସମୟରେ ଯୋଗ ଏବଂ ଧ୍ୟାନ କରିବା ଆରମ୍ଭ କରନ୍ତୁ ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ଖରାପ ପ୍ରଭାବ ପକାଇବ । ବର୍ତ୍ତମାନ ସମୟରେ ବାପା ମାଆ ମାନେ କିଛି ବିଚାର ନକରି ମୋବାଇଲ୍ ଫୋନ୍ ସେମାନଙ୍କର ଅତି କମ୍ ବର୍ଷର ପିଲାମାନଙ୍କୁ ଧରାଇ ଦେଉଛନ୍ତି । ଏହା ପରେ ପିଲାଟି ମୋବାଇଲ୍ ବ୍ୟବହାର ନକଲେ ଖାଇବା ମଧ୍ୟ ଖାଉ ନାହିଁ । ତେଣୁ ଏବେ ଠାରୁ ହିଁ ପିଲାଙ୍କୁ ମୋବାଇଲ ଠାରୁ ଦୂରେଇ ରଖନ୍ତୁ, ନଚେତ୍ ଭବିଷ୍ୟତରେ ଆପଣଙ୍କ ଶିଶୁ ବହୁ ଅସୁବିଧାର ସମ୍ମୁଖୀନ ହେବ ।

ଡିଜିଟାଲ ଡିମେନ୍ସିଆ କ’ଣ?

ଏପରି ଅବସ୍ଥାରେ, ମସ୍ତିଷ୍କକୁ ରକ୍ତ ଯୋଗାଣ କମିଯାଏ ଯେଉଁ କାରଣରୁ କୋଷଗୁଡ଼ିକ ନଷ୍ଟ ହୋଇଯାଏ ଏବଂ ସେଗୁଡିକ ନଷ୍ଟ ହେବାକୁ ଲାଗିଯାଏ । ଯଦି ପିଲାଟି ଯାହା ମନେ ରଖୁଛି ତାହା ଭୁଲିଯାଉଛି କିମ୍ବା କୌଣସି ଜିନିଷ ଉପରେ ଧ୍ୟାନ ଦେବାରେ ଅସମର୍ଥ ହେଉଛି କିମ୍ବା ତାର ପ୍ରଦର୍ଶନ ହ୍ରାସ ହେବାକୁ ଲାଗେ, ତେବେ ବୁଝିଯାନ୍ତୁ ଯେ ସେ ଡିଜିଟାଲ୍ ଡିମେନ୍ସିଆରେ ପୀଡିତ । ତେବେ ଏହାର ପ୍ରଭାବ କେବଳ ପିଲାଙ୍କ ଉପରେ ନୁହଁ ବଡ ଲୋକମାଙ୍କ ଉପରେ ବି ପଡିଥାଏ ।

ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଦିନକୁ 4 ଘଣ୍ଟାରୁ ଅଧିକ ସ୍କ୍ରିନ ସମୟ ବେସ୍କୁଲାର ଡିମେନ୍ସିଆ ଏବଂ ଅଲଜାଇମର ବିପଦକୁ ବଢାଇଥାଏ । ଘଣ୍ଟା ଘଣ୍ଟା ଧରି ଫୋନରେ ସ୍କ୍ରୋଲ୍ କରିବା ଦ୍ୱାରା ଅନେକ ଫଟୋ, ଆପ୍, ଭିଡିଓ ଆସିଥାଏ, ଯାହା ଆପଣଙ୍କ ମସ୍ତିଷ୍କକୁ ସବୁକିଛି ମନେ ରଖିବା କଷ୍ଟକର କରିଥାଏ । ଫଳସ୍ୱରୂପ, ଆପଣଙ୍କର ସ୍ମୃତି, ଏକାଗ୍ରତା ଏବଂ ଶିକ୍ଷଣ କ୍ଷମତା ପ୍ରତିକୂଳ ପ୍ରଭାବିତ ହୁଏ ।

କ’ଣ କହୁଛି ସର୍ଭେ?

ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର, ସ୍କ୍ରିନ ସମୟ ବୃଦ୍ଧି, ଇନଆକ୍ଟିଭ ଲାଇଫ ଷ୍ଟାଇଲ ଏବଂ ଖାଇବା ଅଭ୍ୟାସରେ ଅନିୟମିତତା ଯୋଗୁଁ ମଧୁମେହ, ହୃଦ ରୋଗ ଏବଂ କର୍କଟ ରୋଗର ଆଶଙ୍କା ବଢିଥାଏ । ଏପରିକି ପିଲାମାନଙ୍କର ଅସ୍ଥି ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ସର୍ଭେ ରୁ ଜଣାପଡିଛି ଯେ ଯେଉଁ ପିଲାମାନେ ମୋବାଇଲ୍ ଦେଖିବା ସମୟରେ 2ଟି ରୁଟି ଖାଆନ୍ତି, ସେମାନେ ମୋବାଇଲ୍ ବିନା ଗୋଟିଏ ରୁଟି ମଧ୍ୟ ଠିକ୍ ଭାବେ ଖାଆନ୍ତି ନାହିଁ । ଏହାର ଅର୍ଥ ହେଉଛି, ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କେବଳ ଡିଜିଟାଲ୍ ଡିମେନ୍ସିଆରୁ ନୁହେଁ ବରଂ ମୋବାଇଲ୍ ନିଶା ର ପାର୍ଶ୍ୱ ପ୍ରତିକ୍ରିୟାରୁ ମଧ୍ୟ ରକ୍ଷା କରିବାକୁ ପଡିବ ।

ତେବେ ଆସନ୍ତୁ ଜାଣିବା ନିଜ ସହ ନିଜର ପିଲାର ସ୍ବାସ୍ଥ୍ୟକୁ କିପରି ଠିକ୍ ରଖିବେ…

ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ 5 ଟି ଉପାୟ..

ବ୍ୟାୟାମ
ସନ୍ତୁଳିତ ଖାଦ୍ୟ
ଚାପଠାରୁ ଦୂରେଇ ରୁହନ୍ତୁ
ଭଲ ଗୀତ ଶୁଣନ୍ତୁ
ଭଲ ନିଦ

ମସ୍ତିଷ୍କକୁ କିପରି ଶକ୍ତିଶାଳୀ କରିବେ?

କ୍ଷୀରରେ ବାଦାମ ଗୁଣ୍ଡ ପକାଇ ପିଅନ୍ତୁ
ନାକରେ ବାଦାମ ତେଲ ପକାନ୍ତୁ
ବାଦାମ ଏବଂ ଅଖରୋଟ କୁ ଗୁଣ୍ଡ କରନ୍ତୁ ଏବଂ ଖାଆନ୍ତୁ
ଯୋଗ ଏବଂ ଧ୍ୟାନ କରନ୍ତୁ

Comments are closed.