Latest Odisha News

ବ୍ରହ୍ମପୁରରେ ‘ମୋବାଇଲ୍ ସ୍ବାବ୍ କଲେକ୍ସନ୍ ଭ୍ୟାନ୍ ’

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୋବାଇଲ୍ ସ୍ବାବ୍ କଲେକ୍ସନ୍ ଭ୍ୟାନକୁ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ (ବିଇଏମସି) ଅଧୀନରେ ଥିବା ଅଞ୍ଚଳ ଲାଗି ଶୁଭାରମ୍ଭ କରିଛନ୍ତି।

ବିଇଏମସିର ଯୋଜନା ଅନୁଯାୟୀ ବିଭିନ୍ନ ୱାର୍ଡ ଏବଂ ଲୋକେସନ ପଏଣ୍ଟରେ ଏହା ନିୟୋଜିତ ହେବ ଏବଂ ସ୍ବାବ ନମୁନା ସଂଗ୍ରହ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କ କରାଯିବ।

ଏହି ମୋବାଇଲ୍ ଭ୍ୟାନରେ ଏଲଟି, ସ୍ୱାସ୍ଥ୍ୟ କର୍ମୀ ଏବଂ ଆଟେଣ୍ଡାଣ୍ଟଙ୍କୁ ନେଇ ଏକ ସ୍ବାବ୍ ସଂଗ୍ରହକାରୀ ଦଳ ରହିବେ।

ଏହି ଗାଡିରେ ଏୟାର କଣ୍ଡିସନର ସୁବିଧା ରହିଛି ଏବଂ କୋଭିଡ -୧୯ ଅନ୍ତର୍ଗତ ସଂକ୍ରମଣ ନିରାକରଣ ପ୍ରୋଟୋକଲ ବ୍ୟବସ୍ଥା କରାଯାଇଛି।

ତେବେ ଜୁଲାଇ ୧୧ ଯାଏଁ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ହେଉଥିବା ବିଜୁ ପଟ୍ଟନାୟକ ହୋମିଓପାଥି ବାଳିକା ହଷ୍ଟେଲ ସ୍ବାବ ନମୁନା ସଂଗ୍ରହ କେନ୍ଦ୍ର ବନ୍ଦ ରହିବା ନେଇ ସୂଚନା ମିଳିଛି।

Comments are closed.