Latest Odisha News

ଜମାଇ ଷଷ୍ଠିରେ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କଲେ ଶାଶୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଜଣେ ମହିଳା ଏବେ ସୋସିଆଲ ସାଇଟରେ ବେଶ୍ ପ୍ରଶଂସା ପାଇବାରେ ଲାଗିଛନ୍ତି । ଏଠାରେ ଜମାଇ ଷଷ୍ଠିରେ ପରମ୍ପରା ରହିଛି ଘରର ଜ୍ୱାଇଁ ପାଇଁ ଶାଶୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିବେ । ଉପରୋକ୍ତ ମହିଳା ଜଣକ ନିଜ ଜ୍ୱାଇଁଙ୍କୁ ଖୁସି କରାଇବା ପାଇଁ ୬୭ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲେ ।

ସେ ଆନ୍ଧ୍ରପ୍ରଦେଶ ଖାଦ୍ୟ ଶୈଳୀ ଡ୍ରିଙ୍କ୍‌ସ, ଷ୍ଟାର୍ଟର୍ସ,ଚାଟ, ମେନକୋର୍ସ ଓ ମିଠା କାଟାଗୋରିରେ ଏହାକୁ ପ୍ରସ୍ତୁତ କରିଥିଲେ । ସେ ଏହି ଖାଦ୍ୟ ପ୍ରସ୍ତୁତ ଭିଡିଓ ସୋସିଆଲ ସାଇଟରେ ଶେୟାର କରିବା ପରେ ଏହା ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ବିଶେଷ କରି ଜ୍ୱାଇଁମାନଙ୍କୁ । ଭିଡିଓର ଶେଷରେ ସେ କହୁଛନ୍ତି ଯଦି ଆପଣମାନେ ନିଜ ଜ୍ୱାଇଁ ପାଇଁ ଏ ଭଳି ଖାଦ୍ୟ ଚାହୁଁଛନ୍ତି ତାହାହେଲେ ମୋ ସହିତ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.