Latest Odisha News

ଆଜି ଦେଶବ୍ୟାପୀ କରୋନା ମୁକାବିଲା ପ୍ରସ୍ତୁତିର ମକ୍ ଡ୍ରିଲ୍, ସମୀକ୍ଷା କରିବେ ମାଣ୍ଡଭିୟ

ନୂଆଦିଲ୍ଲୀ: କରୋନାର ଭୟବହତାକୁ ଦୃଷ୍ଟିରେ ରଖି ଆଜି ସାରା ଦେଶରେ କୋଭିଡ୍ ହେଲଥ୍ ସେଣ୍ଟର ଗୁଡିକରେ ମକ୍ ଡ୍ରିଲ ହେବ। ହସପିଟାଲରେ ଅକ୍ସିଜେନ ସପ୍ଲାଇ ଓ ଭେଣ୍ଟିଲେଟର ଆଦି ପ୍ରସ୍ତୁତିକୁ ଏହି ମକ୍ ଡ୍ରିଲ ଜରିଆରେ ସମୀକ୍ଷା କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏର ଅଧିକାରୀମାନଙ୍କ ସହିତ ଗତକାଲି ବୈଠକ କରିଥିଲେ। ଆଜି ସେ ସଫଦରଜଙ୍ଗସ୍ଥିତ ହସପିଟାଲ ଯାଇ ମକ୍ ଡ୍ରିଲ ଦେଖିବେ।

ଦିଲ୍ଲୀରେ ୮୫ ସରକାରୀ ସ୍କୁଲ ଶିକ୍ଷକଙ୍କୁ ୩୧ ଡିସେମ୍ୱରରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟେଷ୍ଟିଂ ପାଇଁ ନିୟୋଜିତ କରାଯାଇଛି। ବିଦେଶ ଫେରନ୍ତା ଯାତ୍ରୀଙ୍କ ଉପରେ ସେମାନେ ନଜର ରଖିବେ ଓ କରୋନା ପ୍ରୋଟୋକଲ୍ ପାଳନ ଉପରେ ଗୁରୁତ୍ୱ ଦେବେ।

କର୍ଣ୍ଣାଟକରେ ସିନେମା ହଲ୍, ସ୍କୁଲ କଲେଜ, ପବ, ରେଷ୍ଟୋରାଁ ଓ ବାରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ରାତି ୧ଟା ପୂର୍ବରୁ ନୂଆବର୍ଷ ପାର୍ଟି ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏୟାରପୋର୍ଟରେ ଯାତ୍ରୀଙ୍କୁ ରାଣ୍ଡମ୍ ପରୀକ୍ଷା କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି କହିଛନ୍ତି। ଭାରତରେ ଚଳିତମାସ ଏଯାଏଁ୧୫ ବିଦେଶୀ ଫେରନ୍ତା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments are closed.