Latest Odisha News

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଚାଲିଛି ମକଡ୍ରିଲ୍

ପୁରୀ: ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ମକଡ୍ରିଲ୍ କରାଯାଇଛି। ପ୍ରଥମେ ପୁରୀ ଟାଉନ ଥାନା ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସହ ମକଡ୍ରିଲ କରାଯାଇଛି।

ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପୁର୍ଣ୍ଣ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ ରଖାଯାଇ ଏହି ମକଡ୍ରିଲ କରାଯାଇଛି। ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ, ପୂର୍ତ୍ତ ବିଭାଗ, ପୌର ପ୍ରଶାସନ,ସ୍ୱ‌େଚ୍ଛାସେବୀଙ୍କ ପକ୍ଷରୁ ଏହି ମକଡ୍ରିଲ କରାଯାଇଥିବା ବେଳେ ଟାଉନ ଥାନାରେ କରାଯାଇଥିବା ସ୍ବତନ୍ତ୍ର ଇଣ୍ଟିଗ୍ରେଟେଡ ନିୟନ୍ତ୍ରଣ କକ୍ଷରେ ଏହାକୁ ପରିଚାଳନା କରାଯାଇଥିଲା।

ଅନ୍ୟପଟେ ପୋଲିସ ଡିଜିଙ୍କ ଅଧକ୍ଷତାରେ ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଶେଷ ହୋଇଛି।

Leave A Reply

Your email address will not be published.