Latest Odisha News

BREAKING NEWS

ରାମ୍ପରେ ଚାଲିବା ବେଳେ ଲୁହା ଖମ୍ବ ଖସିପଡିବାରୁ ୨୪ ବର୍ଷୀୟ ମଡେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡ଼ାରେ ଫ୍ୟାସନ ଶୋ’ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜଣେ ୨୪ ବର୍ଷୀୟା ମଡେଲଙ୍କ ଉପରେ ଏକ ଲୁହା ଖମ୍ବ ବି ପିଲର ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ବଂଶିକା ଚୋପ୍ରା। ନୋଏଡା ସେକ୍ଟର ୧୬ଏ ସ୍ଥିତ ଫିଲ୍ମ ସିଟିର ଲକ୍ଷ୍ମୀ ଷ୍ଟଡିଓରେ ଏହି ଦୁର୍ଘଟଣା ଘଟିଛି।

ଆଲୋକୀକରଣ ପାଇଁ ଏକ ଲୁହା ଖମ୍ବ ନିର୍ମାଣ କରାଯାଇଥିଲା, କିନ୍ତୁ ଏହା ମଞ୍ଚ ଉପରେ ପଡ଼ିଯିବାରୁ ମଡେଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ବବି ରାଜ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଫ୍ୟାଶନ ଶୋ’ର ଆୟୋଜକ ଏବଂ ଅନ୍ୟ ଚାରି ଜଣଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ବଂଶୀକାଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ପରିପ୍ରେକ୍ଷୀରେ ପୁଲିସ ଫ୍ୟାସନ ଶୋ’ ଆୟୋଜକ ଏବଂ ଆଲୋକୀକରଣ କାମରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ବୋଲି ନୋଏଡ଼ାର ଅତିରିକ୍ତ ଡିସିପି ମୋହନ ଅବସ୍ଥି କହିଛନ୍ତି। ଏହି ଫ୍ୟାଶନ ଶୋ’ ପାଇଁ କୌଣସି ଅନୁମତି ଦିଆଯାଇନଥିବା ପୁଲିସ କହିଛି।

Leave A Reply

Your email address will not be published.