Latest Odisha News

BREAKING NEWS

ଗାଁ’ର ନକ୍ସା ବଦଳାଇବେ ସୁନ୍ଦରୀ ପ୍ରିୟଙ୍କା

ବଲାଙ୍ଗୀର: ମଡେଲିଂକୁ କ୍ୟାରିୟର କରିଥିବା ପ୍ରିୟଙ୍କା ଏବେ ସାଜିଛନ୍ତି ସରପଞ୍ଚ ପ୍ରାର୍ଥୀ । ଘର ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ୍ ଚୁଡାପାଲ୍ଲି ପଞ୍ଚାତ ଢୁଳୁସର । ସୁନ୍ଦରୀ ମଡେଲ ଏବେ ନିଜ ପଞ୍ଚାତର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି । ପ୍ରିୟଙ୍କା ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଭଉଣୀ ଶ୍ୱେତା ସାଜିଛନ୍ତି ପ୍ରଚାରକ ।

୨୦୧୫ ମସିହାରେ ପ୍ରିୟଙ୍କା ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ପ୍ରିୟଙ୍କା ରାଜ୍ୟ ବାହାରେ ଅନେକ ସୁନ୍ଦରୀ ପ୍ରତିଯୋଗିତା ଜିତିଛନ୍ତି । ଶ୍ୱେତା ଓ ପ୍ରିୟଙ୍କା ଉଭୟେ ବେଙ୍ଗାଲୁରୁରେ ପ୍ରଫେସନାଲ ମଡେଲ ଭାବେ କାମ କରନ୍ତି । ପ୍ରିୟଙ୍କା କହିଛନ୍ତି ସେ ଜଦି ସରପଞ୍ଚ ହୁଅନ୍ତି ତେବେ ତାଙ୍କ ଗ୍ରାର ନକ୍ସା ବଦଳିଯିବ ।

Comments are closed, but trackbacks and pingbacks are open.