Latest Odisha News

ଏସିଆ ମହିଳା କପ୍ ପାଇଁ ଥିମ୍ ସଙ୍ଗ ପ୍ରସ୍ତୁତ କଲେ ଓଡ଼ିଆ ଯୁବକ

ଭୁବନେଶ୍ବର : ନଭି ମୁମ୍ବାଇ ଠାରେ ଆୟୋଜିତ ଏଏଫସି ମହିଳା ଏସିଆନ କପର ଥିମ୍ ସଙ୍ଗ ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ ଓଡ଼ିଆ ଯୁବକ । ସେ ହେଉଛନ୍ତି ଯୁବ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ । ଜାନୁଆରୀ ୨୦ରୁ ଫେବ୍ରୁଆରୀ ୬ ତାରିଖ ଯାଏ ପୁଣେ, ମୁମ୍ବାଇ ଓ ନଭି ମୁମ୍ବାଇରେ ଅନୁଷ୍ଠିତ ହେଉଥିବା ଏଏଫସି ମହିଳା ଏସିଆନ କପର ଥିମ୍ ସଙ୍ଗ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ନଭି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ପକ୍ଷରୁ ଅଫର୍ ମିଳିଥିଲା । ଆଉ ଏଭଳି ସଫଳତାକୁ ସେ ହାତଛଡା କରିନଥିଲେ ।

ଅନୁରାଗଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ନାବ୍ୟା ଜୟତି । ଗୀତ ରଚନା କରିଛନ୍ତି ଇମ୍ରାନ ଫରହାନ । କ୍ୟାମେରା ପରିଚାଳନା ଓ ସମ୍ପାଦନା ମୌସମ୍ ସାହୁ କରିଥିବା ବେଳେ, କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଶାନ୍ତ ନନ୍ଦୀ । ଷ୍ଟୁଡିଓ ୬ରେ ଏହାକୁ ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ ଯେ, ଏଏଫସି ମହିଳା ଏସିଆନ କପରେ ଭାରତ ସମେତ ଚାଇନା ପିଆର, ଚାଇନିଜ ତାଇପେଇ, ଆଇ.ଆର ଇରାନ, ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ଫିଲିପାଇନସ, ଇଣ୍ଡୋନେସିଆ, ଜାପାନ, କୋରିଆ ରିପବ୍ଲିକ, ଭିଏତନାମ ଓ ମିଆଁମାର ଭଳି ୧୨ଟି ଦଳ ଭାଗ ନେଉଛନ୍ତି । ଅନୁରାଗ, ନାବ୍ୟା ଓ ମୌସମଙ୍କ ଏହି ସଫଳତା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଆଣିଦେଇଛି ।

Comments are closed, but trackbacks and pingbacks are open.