ଟିଭି, ସୋସିଆଲ ମିଡିଆ କିମ୍ବା ସାମ୍ନାରେ ଆପଣ ଅନେକ ଥର ଫ୍ୟାଶନ ସୋ’ର ଦୃଶ୍ୟ ଦେଖିଥିବେ । ଯେଉଁଥିରେ ମଡ଼େଲମାନେ ପ୍ରାୟତଃ ଡିଜାଇନରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି ରାମ୍ପ୍ରେ ଚାଲିଥାନ୍ତି । ଆହୁରି ବି ଦେଖିଥିବେ ଯେ, ମଡେଲମାନେ ହାଇ ହିଲ୍ ପିନ୍ଧିବା କାରଣରୁ ରାମ୍ପରେ ପଡ଼ିଯିବାର ଦୃଶ୍ୟ । କିନ୍ତୁ ଏମିତି ଜଣେ ମଡ଼େଲ ରାମ୍ପରେ ଚାଲିବା ବେଳେ ପାଖରେ ବସି ଡ଼ାଇନିଂ ଟେବୁଲରେ ଖାଉଥିବା ଜଣେ ବ୍ୟକ୍ତିଙ୍କ ଟେବୁଲ କଭରକୁ ଟାଣି ନେବାର ଦୃଶ୍ୟ ଏବେ ବେଶ୍ ଭାଇରାଲ ହେବାରେ ଲାଗିିଛି ।
କୋପେନହେଗେନ୍ରେ ଆୟୋଜିତ ଫ୍ୟାଶନ ସୋ’ରେ କିଛି ଅଜବ ଘଟଣା ଦେଖିବାକୁ ମିଳିଥିଲା । ଏହି ଆୟୋଜିତ ଫ୍ୟାଶନ ସୋ’ର ବିଷୟବସ୍ତୁ ଥିଲା “ବିପର୍ଯ୍ୟୟ ପାଇଁ ପୋଷାକ” । ଏହି ଶୋ ପ୍ରକୃତରେ ବିପର୍ଯ୍ୟୟଠାରୁ କିଛି କମ୍ ନ ଥିଲା । ଡିଜାଇନଙ୍କ ଏପରି ଥିମ୍କୁ ଲୋକେ ପ୍ରଶଂସା ମଧ୍ୟ କରିଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବାସ୍ତବରେ ମଡେଲଙ୍କ ପୋଷାକକୁୁ ଟେବୁଲ୍ କଭର ସହିତ ଯୋଡ଼ି ଦିଆଯାଇଥିଲା । ଏହା ଥିଲା ମୂଳତଃ ଡ଼ିଜାଇନ ହୋଇଥିବା ଡ଼୍ରେସର ଏକ ପ୍ରମୁଖ ଅଂଶ । ସାଧାରଣ ଭାବେ ଦେଖିଲେ ଏହା ଟେବୁଲ କଭର ଭଳି ଲାଗୁ ଥାଇ ପାରେ । କିନ୍ତୁ ମଡ଼େଲ ଜଣକ ଚାଲିବା ଆରମ୍ଭ କରିବା ମାତ୍ରେ ଟେବୁଲ ଉପରେ ରଖାଯାଇଥିବା ସମସ୍ତ ଜିନିଷ ଓ ଖାଦ୍ୟ ଖସି ପଡ଼ିଥିଲା । ମଡେଲ୍ ତାହାକୁ ଗୁରୁତ୍ୱ ନ ଦେଇ ଆଗକୁ ଚାଲିଥିଲେ ।
ମଡ଼େଲ ସାରା ଡାଲ୍ ତାଙ୍କ ସହକର୍ମୀଙ୍କ ସହ ଅତିଥିମାନଙ୍କ ଗ୍ରହଣରେ ବସିଥିଲେ । ଶୋ’ ଶେଷ ହେବାର ସମୟ ଆସିବାରୁ ହଠାତ ସେ ଏକ ଛୁରୀରେ ମଦ ଗ୍ଲାସକୁ ଠକ୍ ଠକ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ସେ ଅତି ବୋଲ୍ଡ ଷ୍ଟାଇଲରେ ଠିଆ ହେବା ମାତ୍ରେ ଲୋକମାନେ ତାଳି ମାରିବା ଆରମ୍ଭ କଲେ । କିନ୍ତୁ ପ୍ରକୃତ ମଜା ସେତେବେଳେ ଥିଲା ଯେତେବେଳେ ମଡ଼େଲ ଚାଲିବା ଆରମ୍ଭ କଲେ ଓ ତାଙ୍କ ଡ଼୍ରେସ ସହ ଟେବୁଲ କଭର ମଧ୍ୟ ଟାଣି ହେଲା । ଶୋ’ ଶେଷ କରିବାର ଏପରି ଏକ ଅସାଧାରଣ ଉପାୟ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ବହୁତ ପସନ୍ଦ ଆସିଥିବା ବେଳେ ଆଉ କିଛି ଖାଦ୍ୟ ନଷ୍ଟ ହେବାକୁ ନାପସନ୍ଦ କରିଥିଲେ ।
BREAKING NEWS
- ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ
- ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…
- କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ
- ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି
- ମଣିଷ-କୁମ୍ଭୀର ଲଢ଼େଇ; ମରଣ ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ଦୁଇ ଭାଇ
- ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE
- ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…
- ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ
- ‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ

Comments are closed.