Latest Odisha News

BREAKING NEWS

ଜାଣନ୍ତୁ; ରବିବାର କେଉଁସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ କିମ୍ବା ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ରାଜ୍ୟର ଯେଉଁ ସବୁ ସ୍ଥାନରେ ଝଡ଼ବର୍ଷା କିମ୍ବା ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଅଞ୍ଚଳ ବା ଜିଲ୍ଲାଗୁଡ଼ିକ ହେଲା – ଉତ୍ତର ତଟବର୍ତ୍ତୀ ଓଡ଼ିଶା, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲା ।

ପାଣିପାଗ ବିଭାଗ ପକ୍ଷରୁ ଯେଉଁସବୁ ଜିଲ୍ଲାଗୁଡ଼ିକୁ ୟେଲ୍ଲୋ ୱାର୍ଣ୍ଣି ସୂଚନା ପ୍ରଦାନ କରାଯାଇଛି ସେହି ସବୁ ସ୍ଥାନ ବା ଜିଲ୍ଲା ଗୁଡ଼ିକ ହେଲା – ଉପକୂଳ ଓଡ଼ିଶା, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ଦେଓଗଡ଼, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲା । ଏହିସବୁ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ରାଜ୍ୟର ତାପମାତ୍ରା ଶନିବାର ଦିନ ବୃଦ୍ଧି ପାଇବା ଫଳରେ ଅସହ୍ୟ ଗରମ ଅନୁଭୂତ ହୋଇଛି । ତାଳଚେରରେ ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ୪୨ ଡିଗ୍ରୀରେ ପହଞ୍ଚିଛି । ସେହିପରି ଶନିବାର ଦିନ ଭବାନୀପାଟଣାର ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ଼ କରାଯାଇଛି ।

ଭୁବନେଶ୍ୱରରେ ଦିନର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିଥିବା ବେଳେ ହ୍ୟୁମିଡିଟି ୮୮ ରହିଥିବା ରେକର୍ଡ଼ କରାଯାଇଛି । ରବିବାର ଦିନ ରାଜଧାନୀର ଆକାଶ ଆଂଶିକ ମେଘୁଆ ରହିବା ସହିତ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

Leave A Reply

Your email address will not be published.