Latest Odisha News

ରବିବାରଠାରୁ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଖାତା ମୂଲ୍ୟାୟନ

ଭୁବନେଶ୍ୱର : ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖାତା ମୂଲ୍ୟାୟନ ରବିବାର ଠାରୁ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମଗାଯାଇଥିବା ଅନୁମତିକୁ ଗୃହ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି ।

BjdElectrycity

ତିନି ହଜାର ସ୍କୁଲକୁ ଏହି ଅନୁମତି ଦିଆଯାଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରାୟ ଦେଢ କୋଟି ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ଏହି ତିନି ହଜାର ସ୍କୁଲରୁ ଖାତା ଶିକ୍ଷକମାନଙ୍କ ନିକଟକୁ ପଠାଯିବ ଏବଂ ସେମାନେ ଘରେ ରହି ଖାତା ଦେଖିବେ । ୫୦ ଦିନ ଭିତରେ ଖାତା ଦେଖା ଶେଷ ହେବ । ଏହି ସମୟ ମଧ୍ୟରେ ଦଶମ ଓ ଦ୍ୱାଦଶର ବାକି ରହିଥିବା ୨୯ଟି ବିଷୟରେ ପରୀକ୍ଷା ହେବ ।

କେବଳ କଣ୍ଟାନମେଣ୍ଟ ଜୋନକୁ ଛାଡି ଅନ୍ୟ ସବୁ ଅଂଚଳରେ ଖାତା ଦେଖିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି ।

ଚଳିତ ବର୍ଷ ସିବିଏସଇର ଦଶମ ଶ୍ରେଣୀରେ ୧୮ ଲକ୍ଷ ଛାତ୍ରଛାତ୍ରୀ ଓ ଦ୍ୱାଦଶରେ ୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

Leave A Reply

Your email address will not be published.