ଭୁବନେଶ୍ୱର: ଭାରତୀୟ ରେଳ ଏହାର ଅମୃତ ଷ୍ଟେସନ ଯୋଜନାର ଅଂଶ ଭାବରେ ଓଡ଼ିଶାର ଉତ୍ତର ଭାଗରେ ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ କରୁଅଛି । ଏହି ପୁନର୍ବିକାଶ ଲକ୍ଷ୍ୟ ହେଉଛି ପ୍ରମୁଖ ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ ସୁବିଧା ସହିତ ପରିବର୍ତ୍ତନ କରିବା, ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ଏବଂ ଆଞ୍ଚଳିକ ସ୍ତରରେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ।
ଏହି ପୁନର୍ବିକାଶ ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର ଆଧୁନିକୀକରଣ ଏବଂ ଯାତ୍ରୀ ମାନଙ୍କ ପାଇଁ ଆରାମଦାୟକ ସେବା ଏବଂ ବାଣିଜ୍ୟିକ ଅଭିବୃଦ୍ଧିକୁ ସମର୍ଥନ କରିବା କ୍ଷେତ୍ରରେ ସୁଗମ ରେଳ ସଂଯୋଗ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଉଛି । ଏହା ଦ୍ୱାରା ଓଡ଼ିଶାର ଉତ୍ତର ଅଞ୍ଚଳର ମନୋନୀତ ଷ୍ଟେସନଗୁଡ଼ିକରେ ଡିଜାଇନ୍, ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ସେବାରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ଭାରତୀୟ ରେଳ ନେଟୱର୍କକୁ ଆଧୁନିକୀକରଣ କରିବା ଏବଂ ସମସ୍ତଙ୍କ ପାଇଁ ଏକ ଦକ୍ଷ ଏବଂ ଉପଯୋଗୀ-ଅନୁକୂଳ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ପାଇଁ ଚାଲିଥିବା ପ୍ରୟାସ ସହିତ ସମନ୍ୱୟରେ ଉଭା ହୋଇଛି ।
ଆଧୁନିକ ଭିତ୍ତିଭୂମି, ବର୍ଦ୍ଧିତ ସୁଗମତା, ସ୍ଥାୟୀ ଏବଂ ପରିବେଶ-ଅନୁକୂଳ ଡିଜାଇନ୍, ପରିସରରେ ଉନ୍ନତ ଚଳପ୍ରଚଳ (ସର୍କୁଲେଟିଂ) ଅଞ୍ଚଳ, ଅତ୍ୟାଧୁନିକ ଯାତ୍ରୀ ସୁବିଧା, ଆର୍ଥିକ ଅଭିବୃଦ୍ଧି ଆଦି ହେଉଛି ଏହି ପୁନର୍ବିକାଶର ପ୍ରମୁଖ ବୈଶିଷ୍ଟ୍ୟ । ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ବିବିଧ ଭୂଦୃଶ୍ୟ ସହିତ ଉତ୍ତର ଓଡ଼ିଶା ଅଞ୍ଚଳ ଏହି ଉନ୍ନୟନରୁ ଯଥେଷ୍ଟ ଲାଭବାନ ହେବ । ରାଇରଙ୍ଗପୁର, ବାରିପଦା ଏବଂ କେଉଁଝର ଭଳି ପ୍ରମୁଖ ସ୍ଥାନ ମାନଙ୍କରେ ଥିବା ରେଳ ଷ୍ଟେସନଗୁଡ଼ିକ ଖୁବ୍ଶୀଘ୍ର ଉନ୍ନତ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବେ ଯାହା ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ଏହି ଅଞ୍ଚଳର ବିଶାଳ ଐତିହ୍ୟ ଏବଂ ପରିବେଶ-ପର୍ଯ୍ୟଟନ ସମ୍ଭାବନାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ସହଜ କରିବ ।
ଭାରତୀୟ ରେଳବାଇ ଏହି ପ୍ରକଳ୍ପଗୁଡ଼ିକର ସମୟସୀମା ସମାପ୍ତି ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଏବଂ ପର୍ଯ୍ୟାୟକ୍ରମେ ଏଗୁଡିକର ନିର୍ମାଣ କାର୍ଯ୍ୟ ସମ୍ପାଦନ କରାଯାଉଅଛି । ଏହି ପୁନର୍ବିକାଶ ପ୍ରକଳ୍ପ ଆଗାମୀ କିଛି ବର୍ଷରେ ସମାପ୍ତ ହେବାର ଆଶା କରାଯାଉଛି । ଏହି ପୁନର୍ବିକାଶ ପଦକ୍ଷେପରେ ନିଆଯାଇଥିବା ଷ୍ଟେସନଗୁଡ଼ିକ ମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ, ଜାରୋଲି, ବାରିପଦା, ରାଇରଙ୍ଗପୁର, ବେତନଟି ଏବଂ ବାଦାମପହାଡ଼ ଅନ୍ତର୍ଭୁକ୍ତ ।
Comments are closed.