Latest Odisha News

BREAKING NEWS

ମୋଦି କ୍ୟାବିନେଟ୍ 2.0: ନୂଆ ମନ୍ତ୍ରିମଣ୍ଡଳରେ କାହାକୁ କେଉଁ ବିଭାଗ, ପୂରା ତାଲିକା ଦେଖନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ସରକାରରେ ନିଜ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୪୩ ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ବହୁ ବିଭାଗର ମନ୍ତ୍ରୀ ବଦଳିଛନ୍ତି । ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ନୂଆ ଓ ପୁରୁଣାଙ୍କୁ ମିଶାଇ ମୋଟ୍ ୩୦ ଜଣ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଓ ଅନ୍ୟମାନେ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ।

ଗତକାଲି ଶପଥ ନେଇଥିବା ୪୩ ଜଣ ମନ୍ତ୍ରୀଙ୍କ ଭିତରେ ୧୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ୨୮ ଜଣ ହୋଇଛନ୍ତି ରାଷ୍ଟ୍ରମନ୍ତ୍ରୀ । ବଦଳିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ । ତାଙ୍କୁ ପେଟ୍ରୋଲିୟମ୍ ବିଭାଗରୁ କାଢ଼ି ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ହରଦୀପ ସିଂହ ପୁରୀ ପେଟ୍ରୋଲିୟମ୍ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ଅଶ୍ୱିନୀ ବୈଷ୍ଣବ ରେଳ ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ହୋଇଛନ୍ତି ।

ମନସୁଖ ମାଣ୍ଡଭିୟ ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଅନୁରାଗ ଠାକୁରଙ୍କୁ ପଦୋନ୍ନତି ଦେଇ କ୍ରୀଡ଼ା ବିଭାଗ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଛି । କିରଣ ରିଜିଜୁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି ।



Leave A Reply

Your email address will not be published.