Latest Odisha News

BREAKING NEWS

ମୋଦୀଙ୍କ କ୍ୟାବିନେଟରେ ନାହାଁନ୍ତି ଜଣେ ବି ମୁସଲମାନ, ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି କ୍ୟାବିନେଟ ବଣ୍ଟନ

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଷ୍ଟ୍ରପତି ଭବନରେ ଗତକାଲି ସନ୍ଧ୍ୟାରେ ମୋଦୀ ଏବଂ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ୭୨ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳରେ ବିଜେପିରୁ ୬୧ ଜଣ ଶପଥ ନେଇଥିବାବେଳେ ଏନଡିଏ ସହଯୋଗୀ ଦଳଗୁଡ଼ିକରୁ ୧୧ ଜଣଙ୍କୁ ସୁଯୋଗ ମିଳିଛି। ମୋଦୀଙ୍କ ନେତୃତ୍ଵରେ ହୋଇଥିବା ମନ୍ତ୍ରୀଙ୍କ ଦଳରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ସ୍ଵତନ୍ତ୍ର ରାଷ୍ଟ୍ରମନ୍ତ୍ରୀ, ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି । ଏଥିରେ ୫ଜଣ ସଂଖ୍ୟାଲଘୁ ଜାତିର ସାଂସଦ ସାମିଲ ଅଛନ୍ତି ।

ବାସ୍ତବରେ, ମୋଦୀ ୩.୦ରେ ଏଥର ସମସ୍ତ ସାମାଜିକ ଗୋଷ୍ଠୀର ନେତୃତ୍ୱଙ୍କୁ ସାମିଲ କରାଯାଇଛି । ଏଥିରେ ଏଥିରେ ପ୍ରାୟ ୨୧ ଜଣ ସବର୍ଣ୍ଣ ରହିଥିବା ବେଳେ ୨୭ ଜଣ ଓବିସି, ୧୦ ଜଣ ଦଳିତ ଏବଂ ୫ ଜଣ ଲେଖାଏଁ ଆଦିବାସୀ ଓ ସଂଖ୍ୟାଲଘୁ ଜାତିର ସାଂସଦ ସାମିଲ ରହିଛନ୍ତି । ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି କ୍ୟାବିନେଟ ବଣ୍ଟନ କରିଛି ଭାରତୀୟ ଜନତା ପାର୍ଟି । ଏଥିସହ ୧୮ ଜଣ ବରିଷ୍ଠ ମନ୍ତ୍ରୀ ମନ୍ତ୍ରଣାଳୟର ନେତୃତ୍ୱ ନେବେ। ଯେଉଁଥିରେ ରାମଦାସ ଅଠାୱଲେ, ରବନୀତ ସିଂ ବିଟ୍ଟୁ, ହାର୍ଦ୍ଦିକ ସିଂ ପୁରୀ, ପବିତ୍ରା ମାର୍ଗେରିଟା, ଜର୍ଜ କୁରିୟନ ଅଛନ୍ତି ।

ସାଧାରଣ ବର୍ଗ: ଅମିତ ଶାହା, ଏସ୍ ଜୟଶଙ୍କର, ମନସୁଖ ମାଣ୍ଡଭିଆ, ରାଜନାଥ ସିଂହ, ଜିତିନ ପ୍ରସାଦ, ଜୟନ୍ତ ଚୌଧୁରୀ, ଧର୍ମେନ୍ଦ୍ର ପ୍ରଧାନ, ରବନୀତ ବିଟ୍ଟୁ, ନୀତିନ ଗଡ଼କରୀ, ପୀୟୂଷ ଗୋୟଲ, ମନୋହର ଲାଲ ଖଟ୍ଟର, ଜିତେନ୍ଦ୍ର ସିଂହ, ଗଜେନ୍ଦ୍ର ସିଂହ ଶେଖାୱତ, ସଞ୍ଜୟ ସେଠ୍, ରାମ ମୋହନ ନାଇଡୁ, ସୁକାନ୍ତ ମଜୁମଦାର, ପ୍ରହ୍ଲାଦ ଯୋଶୀ, ଜେପି ନଡ୍ଡା, ଗିରିରାଜ ସିଂହ, ଲଲନ ସିଂହ, ସତୀଶ ଚନ୍ଦ୍ର ଦୁବେ।

ଓବିସି:  ସିଆର ପାଟିଲ, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ବିଏଲ ବର୍ମା, ରକ୍ଷା ଖଡ଼ସେ, ପ୍ରତାପ ରାଓ ଯାଦବ, ଶିବରାଜ ସିଂ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଓ ଇନ୍ଦ୍ରଜିତ ସିଂହ, କ୍ରିଷନ ପାଲ ଗୁର୍ଜର, ଭୁପେନ୍ଦ୍ର ଯାଦବ, ଭାଗୀରଥ ଚୌଧୁରୀ, ଅନ୍ନପୂର୍ଣ୍ଣା ଦେବୀ, ଶୋଭା କରନ୍ଦଲାଜେ, ଏଚଡି କୁମାରସ୍ୱାମୀ, ନିତ୍ୟାନନ୍ଦ ରାୟ।

ଦଳିତ: ଏସପି ବଘେଲ, କମଲେଶ ପାସୱାନ, ଅଜୟ ଟମ୍ଟା, ରାମଦାସ ଅଠାୱଲେ, ବୀରେନ୍ଦ୍ର କୁମାର, ସାବିତ୍ରୀ ଠାକୁର, ଅର୍ଜୁନ ରାମ ମେଘୱାଲ, ଚିରାଗ ପାସୱାନ, ଜିତନ ରାମ ମାଝୀ ଏବଂ ରାମନାଥ ଠାକୁର।

ଆଦିବାସୀ: ଜୁଏଲ ଓରାମ, ଶ୍ରୀପଦ ୟେସୋ ନାୟକ, ସର୍ବାନନ୍ଦ ସୋନୱାଲ।

 

 

Comments are closed.