Latest Odisha News

BREAKING NEWS

ମୋଦି କ୍ୟାବିନେଟର ସବୁଠୁ ସାନ ସାଂସଦ ରାମ ମୋହନ ନାୟଡୁ, ଜାଣନ୍ତୁ କିଏ……..

ନୂଆଦିଲ୍ଲୀ : ମୋଦୀ ସରକାର ୩.୦ରେ ସାମିଲ ହେବାକୁ ଯାଉଛନ୍ତି ତେଲୁଗୁ ଦେଶମ ପାର୍ଟିର ବା ଟିଡ଼ିପିରୁ ଦୁଇ ସାଂସଦ | କ୍ୟାବିନେଟ ମନ୍ତ୍ରୀ ଭାବେ ସାମିଲ ହେବେ କଂଜରାପୁ କ୍ୟାବିନେଟ ମନ୍ତ୍ରୀ ଟିଡିପିର ରାମ ମୋହନ ନାୟଡୁ ଏବଂ ଚନ୍ଦ୍ରଶେଖର ପେମ୍ମାସାନୀ | ଆଜି ମୋଦିଙ୍କ ଶପଥ ଗ୍ରହଣ ପରେ ରାଜ୍ୟ ମନ୍ତ୍ରୀ ପଦର ଶପଥ ନେବେ । ତେବେ କ’ଣ ଆପଣ ଜାଣନ୍ତି, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସିଟରୁ ତୃତୀୟ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ରାମ ମୋହନ ନାୟଡ଼ୁ ମୋଦି ସରକାରରେ ଏବେ ପର୍ଯ୍ୟନ୍ତ ସବୁଠାରୁ କମ୍ ବୟସର କ୍ୟାବିନେଟ ମନ୍ତ୍ରୀ ହେବେ ।

୩୬ ବର୍ଷୀୟ ରାମ ମୋହନ ନାୟଡ଼ୁଙ୍କ ଜନ୍ମ ୧୮ଡିସେମ୍ବର ୧୯୮୭ରେ ନିମ୍ମାଡ଼ାରେ ହୋଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଟିଡିପି ନେତା ୟେରନ ନାୟଡୁଙ୍କ ପୁଅ ପୁଅ ହେଉଛନ୍ତି ରାମ ମୋହନ | ଦିଲ୍ଲୀ ପବ୍ଲିକ ସ୍କୁଲରୁ ପାଠ ଅରାମହ କରିଥିବା ରାମ ମୋହନ ପରେ ଆମେରିକାର ପୁରଡ୍ୟୁ ୟୁନିଭର୍ସିଟିରୁ ଇଲେକଟ୍ରିକ ଇଞ୍ଜିନିୟରିଂ କରିଛନ୍ତି । ଏହାସହିତ ସେ ଏମବିଏ ମଧ୍ୟ କରିଛନ୍ତି ।
୨୦୧୨ରେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ ଥାପିଥିଲେ ରାମ ମୋହନ | ୨୦୧୪ରେ ସେ ୨୬ବର୍ଷ ବୟସରେ ଶ୍ରୀକାକୁଲମରୁ ସାଂସଦ ଭାବେ ନିର୍ବାଚିତ ହୋଇ୧୬ତମ ଲୋକସଭାରେ ଦ୍ବିତୀୟ ସବୁଠାରୁ କମ୍ ବୟସର ସାଂସଦ ହୋଇଥିଲେ । କୁହାଯାଏ ଚନ୍ଦ୍ରବାବୁ ନାୟଡ଼ୁଙ୍କ ଅତି ନିକଟତର ଅଟନ୍ତି ରାମ ମୋହନ ନାୟଡ଼ୁ | ରାମ ମୋହନ ନାୟଡ଼ୁଙ୍କୁ ୨୦୨୦ରେ ସାଂସଦ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏଥର ୨୦୨୪ ନିର୍ବାଚନରେ ନିଜ ସିଟରୁ ୩.୨୭ହଜାର ଭୋଟରେ ବିଜୟୀ ହୋଇଛନ୍ତି ରାମ ମୋହନ |

ଆରମ୍ଭ ହେବାକୁ ଯାଉଛି ମୋଦି ୩.୦ କାଳ | ଆଉ ମାତ୍ର କେଇଟା ମୁହୂର୍ତ୍ତ | ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି | ଏହାରି ଭିତରେ ପିଏମଓରୁ ଯାଉଛି ଘନଘନ ଫୋନ | କ୍ୟାବିନେଟ ପାଇଁ ବଛା ଚାଲିଛି ମନ୍ତ୍ରୀ | ଏମାନଙ୍କ ମଧ୍ୟରୁ କିଛି ମନ୍ତ୍ରୀଙ୍କ ନାମ ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି | ସେମାନଙ୍କ ମଧ୍ୟରୁ ଜିତନ ରାମ ମାନଝୀ, ଅନୁପ୍ରିୟା ପଟେଲ, ଟିଡିପିର ମୋହନ ନାଇଡୁ ଓ ଚନ୍ଦ୍ରଶେଖର ପେମାସାନିଙ୍କୁ ଫୋନ୍ ଯାଇଥିବା ସୂଚନା ମିଳିଛି ।
ଆହୁରି ମଧ୍ୟ କିଛି ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ଚାଲିଛି ମୋଦିଙ୍କ ବୈଠକ| ନିଜର ସରକାରୀ ବାସଭବନରେ ଶପଥ ଗ୍ରହଣ ପୂର୍ବରୁ ଆଲୋଚନା କରିଛନ୍ତି ମୋଦି | ସେମାନଙ୍କ ମଧ୍ୟରେ ଅମିତ ଶାହା, ନୀତିନ ଗଡ଼କରି, ରାଜନାଥ ସିଂଙ୍କୁ ଜୟନ୍ତ ଚୌଧୁରୀ, ଚିରାଗ ପାଶୱାନ, ପୀୟୁଷ ଗୋଏଲ୍, ମନୋହର ଖଟ୍ଟର ଓ ଅର୍ଜୁନ ରାମ ମେଘୱାଲ, ଶିବରାଜ ଚୌହାନ, ସର୍ବାନନ୍ଦ ସୋନୱାଲ୍, ବାସଭରାଜ ବୋମ୍ମାଇଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ସୂଚନା ମିଳୁଛି । ସେହିପରି ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମଙ୍କୁ ଫୋନ ଯିବାରୁ ବୈଠକରେ ଉପସ୍ଥିତ ରହିଛନ୍ତି |

Comments are closed.