ଭୁବନେଶ୍ୱର : ସକ୍ରିୟ ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ । କହିଥିଲେ ବିଜେଡି ହାରିଲେ ରାଜନୀତିରୁ ସନ୍ନ୍ୟାସ ନେବି | ଆଉ ଆଜି ବାସ୍ତବତାରେ ସେଇଆ କଲେ ପାଣ୍ଡିଆନ | ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ନେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଖାଲି ସେତିକି ନୁହେ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀ ଓ ବିଜୁ ପରିବାରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ପାଣ୍ଡିଆନ୍ । ତେବେ ଏକ ନିର୍ବାଚନ ପ୍ରଚାର ସଭାରେ ପାଣ୍ଡିଆନ୍ କହିଥିଲେ ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତାହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ଆଉ ଆଜି ଶେଷରେ ସନ୍ନ୍ୟାସ ନେଇଛନ୍ତି ପାଣ୍ଡିଆନ |
ତେବେ ଚଳିତ ନିର୍ବାଚନରେ ସାରା ଓଡିଶା ବାସୀ , ବିରୋଧୀ ଓ ଦଳୀୟ ନେତା ବିଜେଡିର ଶୋଚନୀୟ ପରାଜୟ ପାଇଁ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ | ଯାହା ପରେ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପାଣ୍ଡିଆନ୍ । ତେବେ ପୂର୍ବରୁ ଆଇଏଏସ ଚାକିରିରୁ ଅବସର ନେଇ ଗତବର୍ଷ ନଭେମ୍ବର ୨୭ରେ ବିଜେଡିରେ ଯୋଗ ଦେଇଥିଲେ ପାଣ୍ଡିଆନ। ଏହା ପରେ ଚଳିତ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଥିଲେ | ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରୁ ୨୪ ବର୍ଷ ନିରଙ୍କୁଶ ଶାସନ ପରେ ପରାଜୟର ସ୍ୱାଦ ଚାଖିଛି ବିଜେଡି | ଆଉ ଏହାକୁ ନେଇ ଆଜି ନିଜର ୮ ମାସର ରାଜନୀତି କ୍ୟାରିୟରରୁ ଅବସର ନେଇଛନ୍ତି ପାଣ୍ଡିଆନ |
BREAKING NEWS
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା

Comments are closed.