Latest Odisha News

BREAKING NEWS

‘ମୁହାଁମୁହିଁ ଦେଖାହେଲେ ଚାହାଁନ୍ତି ନାହିଁ ମୋଦି’ ସୋନିଆଙ୍କ ଆତ୍ମଜୀବନୀରେ ଉଲ୍ଲେଖ, ଆଜି ବଜାରରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ସୋନିଆଙ୍କ ଆତ୍ମଜୀବନୀରେ ମୋଦିଙ୍କ ଉଲ୍ଲେଖ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଲେଖିବାକୁ ଯାଇ ସୋନିଆ କହିଛନ୍ତି ତାଙ୍କ ସହ କୌଣସି ପ୍ରକୃତ ସମ୍ପର୍କ ନାହିଁ, ଏବଂ ମୁହାଁମୁହିଁ ଦେଖାହେଲେ ଆଖି ମିଶାଇବାକୁ ଏଡାଇଯାନ୍ତି ନରେନ୍ଦ୍ର ମୋଦି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା କୁହନ୍ତି, ଉଭୟଙ୍କ ସାକ୍ଷାତ ହେଲେ ପରସ୍ପରକୁ ନମସ୍ତେ ଜଣାଇ ଅଭିବାଦନ କରନ୍ତି, ହେଲେ ପ୍ରଧାନମନ୍ତ୍ରୀ ଅନ୍ୟ ଆଡକୁ ଚାହାଁନ୍ତି ବୋଲି । ସୋନିଆ ତାଙ୍କ ଆତ୍ମଜୀବନୀ ‘Belonging: A Journy of Love’ରେ ମୋଦିଙ୍କ ବିଷୟରେ ଏହା ଲେଖିଛନ୍ତି । ଯେକୌଣସି ସରକାରୀ କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିଲେ ମୋଦି ଏହିପରି କରନ୍ତି ବୋଲି କହିଛନ୍ତି ସୋନିଆ । ପୁସ୍ତକ ଲେଖା ଆରମ୍ଭ ବେଳରୁ ପ୍ରଧାନମନ୍ତ୍ରୀ ଅଛନ୍ତି ମୋଦି । ମୋଦିଙ୍କ ପ୍ରଧାନମନ୍ତ୍ରୀ ହେବାର ତୃତୀୟ କାର୍ଯ୍ୟକାଳ ଚାଲିଛି । ଆଜି ଯାଏ ସୋନିଆଙ୍କ ସହ ତାଙ୍କର ବାସ୍ତବରେ କୈାଣସି ସମ୍ପର୍କ ନାହିଁ ବୋଲି ସେ ବହିରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମୁହାଁମୁହିଁ ହେଲେ କେବଳ ଔପଚାରିକତା ଦୃଷ୍ଟିରୁ ନମସ୍ତେ କହି ଅନ୍ୟ ଆଡକୁ ଚାହିଁଦିଅନ୍ତି ଏବଂ ତଥା ଆଖି ମିଶାନ୍ତି ନାହିଁ ।

ଅତୀତରେ ନେତାମାନେ ଯେଉଁ ସୌହାର୍ଦ୍ୟପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରୁଥିଲେ ଏହା ତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ସୋନିଆ । ଏପରି ସଂକ୍ଷୀପ୍ତ ଆଦାନପ୍ରଦାନ ବ୍ୟତୀତ ଆମ ଭିତରେ କେବେବି ପ୍ରକୃତରେ କୌଣସି ଆଲୋଚନା କି କଥାବାର୍ତ୍ତା ହୋଇନାହିଁ ବୋଲି କହିଛନ୍ତି ସେନିଆ । ଯଦିଓ ବର୍ଷ ବର୍ଷ ଧରି ଆମେ ଜନ୍ମଦିନ ଏବଂ ନୂତନ ବର୍ଷ ଅପସରରେ ପାରମ୍ପରିକ ଶୁଭେଚ୍ଛା ଆଦାନପ୍ରଦାନ କରିଆସିଛୁା କିନ୍ତୁ ଆମେ ଦୁହେଁ ଭିନ୍ନ ଭିନ୍ନ ଆଦର୍ଶଗତ ପୃଷ୍ଠଭୂମିରୁ ଆସିଥିବାରୁ ଦେଶକୁ ନେଇ ଉଭୟଙ୍କ ଚିନ୍ତାଧାରା ଭିନ୍ନ ବୋଲି ସେ କହିଛନ୍ତି । ମୁଁ ଯେତେବେଳେ ଅସୁସ୍ଥ ହୋଇଥାଏ, ମେଡିକାଲରୁ ଫେରିବା ପରେ ମୋଦି ପଚାରନ୍ତି ‘ଠିକ୍ ଅଛନ୍ତି ତ ?’ ମୁଁ ଠିକ୍ ଅଛି ବୋଲି ଉତ୍ତର ଦିଏ ବୋଲି ସୋନିଆ ବହିରେ ଉଲ୍ଲେଖ କରିଛନ୍ତି । ମୋଦିଙ୍କ ବିଚାରଧାରା ଆରଏସଏସରୁ ଗଢା ହୋଇଥିବା ବେଳେ ତାଙ୍କ ବିଶ୍ୱାସରେ କଟ୍ଟରତା ରହିଛି । କିନ୍ତୁ ସୋନିଆ ଗାନ୍ଧି ପରିବାରରୁ ଆସିଥିବାରୁ ସମସ୍ତଙ୍କ ପାଇଁ ସ୍ୱାଧୀନତା ଓ ସମାନତାର ନୀତି ତାଙ୍କ ବିଚାରରେ ରହିଛି । ତେବେ ପୁସ୍ତକରେ ଆହୁରି କିଛି ଜାଣିବା ତଥ୍ୟ ରହିଛି । ସୂଚନା ଅନୁସାରେ ଆଜିଠାରୁ ସୋନିଆ ଗାନ୍ଧିଙ୍କ ପୁସ୍ତକ ‘Belonging: A Journy of Love’ ବଜାରରେ ଉପଲବ୍ଧ ହେବ ।

Leave A Reply

Your email address will not be published.