Latest Odisha News

BREAKING NEWS

ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଭିତରେ ବସିଲା କ୍ୟାବିନେଟ ବୈଠକ, ପ୍ରସ୍ତୁତ ହେଲା ୨୦୨୪ର ରୋଡମ୍ୟାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦିଲ୍ଲୀର ପ୍ରଗତି ମଇଦାନରେ ନବନିର୍ମିତ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକ କରିଛନ୍ତି। ଏହି ସମୟରେ ମୋଦୀ ସମସ୍ତ ମନ୍ତ୍ରୀଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛନ୍ତି ଯେ ମନ୍ତ୍ରୀ ପରିଷଦ ସହିତ ତାଙ୍କର ସାକ୍ଷାତ ଅତ୍ୟନ୍ତ ଫଳପ୍ରଦ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ଏହି ସମୟରେ ଅନେକ ନୀତି ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ବିଟର ହ୍ୟାଣ୍ଡେଲ ସହିତ ଏହି ବୈଠକର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ବୈଠକରେ ଅନେକ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ କାର୍ଯ୍ୟ ଏବଂ ଯୋଜନା ଉପରେ ଗୋଟିଏ ପରେ ଗୋଟିଏ ଉପସ୍ଥାପନା କରାଯାଇଥିଲା। ଏହି ସମସ୍ତ ଉପସ୍ଥାପନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପରାମର୍ଶ ଦେଇଥିଲେ। ସୂତ୍ରରୁ ପ୍ରକାଶ, ଯେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଦଳର ରଣନୀତି ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି।

ଏହି ବୈଠକରେ ସରକାରୀ ଯୋଜନାର ଆଲୋଚନା ବା ସମୀକ୍ଷା ବ୍ୟତୀତ ମୋଦୀ ତାଙ୍କ କ୍ୟାବିନେଟରେ ଅଦଳବଦଳ କରିବା ନେଇ ଚର୍ଚ୍ଚା ଚାଲିଛି। ତେଣୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଶେଷ ଥର ପାଇଁ ୨୦୨୧ରେ ମୋଦୀଙ୍କ କ୍ୟାବିନେଟରେ ଅଦଳ ବଦଳ ହୋଇଥିଲା। ଏବଂ ଅନେକ ମନ୍ତ୍ରୀଙ୍କ ଦାୟିତ୍ୱ ବା ବିଭାଗ ପରିବର୍ତ୍ତନ କରାଯାଇଥିଲା। ଆଉ କିଛି ନୂଆ ଦାୟିତ୍ୱ ନେଇଥିଲେ। ଶେଷ କ୍ୟାବିନେଟ ସମ୍ପ୍ରସାରଣ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତ୍ରୀ ପରିଷଦରେ ୩୬ ଜଣ ନୂଆ ସାଂସଦଙ୍କୁ ସ୍ଥାନ ଦେଇଛନ୍ତି। ଏଥିସହିତ ୧୨ ଜଣ ମନ୍ତ୍ରୀଙ୍କୁ ଟିମରୁ ବାଦ୍ ଦେଇଥିଲେ।

୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ବର୍ତ୍ତମାନ ଅଧିକ ଫୋକସ କରୁଛି। ଏଭଳି ପରିସ୍ଥିତିରେ କଳ୍ପନାଜଳ୍ପନା କରାଯାଉଥିଲା ଯେ କେନ୍ଦ୍ରରେ ଉପସ୍ଥିତ ମୋଦୀ ସରକାର ସମସ୍ତ ପ୍ରକାର ସମୀକରଣ ପରିଚାଳନା ପାଇଁ କ୍ୟାବିନେଟକୁ ବିସ୍ତାର କିମ୍ବା ପରିବର୍ତ୍ତନ କରିପାରନ୍ତି ଏବଂ କ୍ୟାବିନେଟର କିଛି ଆଞ୍ଚଳିକ ନେତାଙ୍କୁ ସୁଯୋଗ ଦେଇପାରନ୍ତି। ଆକଳନ କରାଯାଇଛି ଯେ ସରକାର ଏବଂ ସଂଗଠନ ମଧ୍ୟରେ ସମୀକରଣକୁ ସନ୍ତୁଳିତ କରିବା ପାଇଁ ସଂଗଠନର କିଛି ଲୋକଙ୍କୁ ମନ୍ତ୍ରୀ ପଦବୀ ଦିଆଯାଇପାରେ ଏବଂ କେତେକ କ୍ୟାବିନେଟ ମନ୍ତ୍ରୀଙ୍କୁ ସଂଗଠନର ଦାୟିତ୍ୱ ଦିଆଯାଇପାରେ।

Leave A Reply

Your email address will not be published.