Latest Odisha News

ଦମଦାର ଚରିତ୍ରରେ ନଜର ଆସିବେ ଓଲିଉଡ୍ କୁଇନ୍ ବର୍ଷା

ଭୁବନେଶ୍ୱର:ଫିଲ୍ମ ନିମକୀ, କୁଇନ୍‌, ବିଜୟିନୀ ପରେ ପୁଣି ଥରେ କିଛି ଭିନ୍ନ ଅନ୍ଦାଜରେ, ଏକ ଦମଦାର ଚରିତ୍ରରେ ପୁଣି ନଜର ଆସୁଛନ୍ତି ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ସମ୍ପୂୂର୍ଣ୍ଣ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ନାରୀକୈନ୍ଦ୍ରିକ ଫିଲ୍ମ ‘ବସ’ ରେ ବର୍ଷା ଆସୁଛନ୍ତି । ଭୁବନେଶ୍ୱର ଗଜପତି ନଗରସ୍ଥିତ ମା\’ ଦକ୍ଷିଣ କାଳୀ ମନ୍ଦିରରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ମହୁରତ କ୍ଲାପ ଦେଇଥିଲେ ପ୍ରଖ୍ୟାତ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଏବଂ ବିଏମସି ମେୟର ସୁଲୋଚନା ଦାସ ।

ଓଲିଉଡରେ ଗୋଟିଏ ପରେ ଗୋଟିଏ ନାରୀ କୈନ୍ଦ୍ରିକ ଫିଲ୍ମ ନିର୍ମାଣ କରି ନୂଆ ଧାରା ସୃଷ୍ଟି କରି ବାରମ୍ବାର ଚର୍ଚ୍ଚା କୁ ଆସିଛନ୍ତି ବର୍ଷା । ଫିଲ୍ମ ‘ବସ’ ତାହାର ଆଉ ଏକ ନଜିର । ସାଂପ୍ରତିକ ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏହି ଫିଲ୍ମର କାହାଣୀ ଆଧାରିତ । ଆଶା କରାଯାଉଛି ଯେ, ବସ୍ ଲୋକଙ୍କ ମାନସିକତାରେ ଆଣିବ ପରିବର୍ତ୍ତନ । ଚିରାଚରିତ ପ୍ରେମ, ପାରିବାରିକ କାହାଣୀର ଧାରାରୁ ବାହାରି ପରିବର୍ତ୍ତନର ସ୍ୱର ହେବ ଏଇ ଫିଲ୍ମ ।
‘ବସ’ର ଟାଇଟଲ୍ ରୋଲରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ୱ ନିଭାଇଛନ୍ତି ନିଜେ ବର୍ଷା ପ୍ରିୟଦର୍ଶିନୀ । ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଯୁବ ପ୍ରଯୋଜକ ରମେଶ ବାରିକ । ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତ୍ରିପତି ସାହୁ । ଫିଲ୍ମର ସଂଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ ମଜୁମଦାର । ସମ୍ପାଦନା ଦାୟିତ୍ୱରେ ଚନ୍ଦ୍ର ଶେଖର ମିଶ୍ର ଥିବା ବେଳେ ସଂଳାପ ରଚନା କରିଛନ୍ତି ବିଜୟ ମଲ୍ଲ । ଗୀତ ଲେଖିଛନ୍ତି ଡ ନିର୍ମଳ ନାୟକ । ଚିତ୍ରୋତ୍ତୋଳନରେ ଅଛନ୍ତି ଭଗତ ସିଂହ । ବ୍ୟବସ୍ଥାପନାରେ ପ୍ରଶାନ୍ତ ବେହେରା ଥିବାବେଳେ ପବ୍ଲିଶିଟି ଦାୟିତ୍ୱ ନିର୍ବାହ କରୁଛନ୍ତି ହରପ୍ରସାଦ ମହାପାତ୍ର ।

ଫିଲ୍ମର ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ରାଜ ରାଜେଶ, ଅରବିନ୍ଦ ଷଡଙ୍ଗୀ, ବିଜୟିନୀ ମିଶ୍ର, ପୁଷ୍ପଲତା ମିଶ୍ର ପ୍ରମୁଖ । ମହାବାହୁ, ଟାଇଗର, ରୋମିଓ ଜ୍ଜୁଲିଏଟ ।

Leave A Reply

Your email address will not be published.