Latest Odisha News

BREAKING NEWS

ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି 

ନୂଆଦିଲ୍ଲୀ: ସିନେମା ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ ସୁପରଷ୍ଟାର ରଜନୀକାନ୍ତଙ୍କୁ । ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି, ରଜନୀକାନ୍ତଙ୍କୁ ଅଭିନନ୍ଦନ । ଏହା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଯେ ଥଲାଇବାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । ଏକ ସୁନ୍ଦର ବ୍ୟକ୍ତିତ୍ବ ହେଉଛନ୍ତି ରଜନୀକାନ୍ତ ଜୀ…। 

ମେ’ ୩ ତାରିଖରେ ୭୧ ବର୍ଷ ବୟସ୍କ ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । 

ମୋଦିଙ୍କ ଟ୍ୱିଟ ପରେ ରଜନୀକାନ୍ତ ରି ଟ୍ବିଟ୍ କରି ଲେଖିଛନ୍ତି,” ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମୋତେ ମନୋନୀତ କରିଥିବାରୁ ଭାରତ ସରକାର, ପ୍ରକାଶ ଜାଭେଡକର ଓ ଜୁରୀଙ୍କୁ ହୃଦୟରୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପରେ ରଜନୀକାନ୍ତଙ୍କ ପାଖକୁ ଅନେକ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । 

Leave A Reply

Your email address will not be published.