Latest Odisha News

BREAKING NEWS

୪୦ ଡିଗ୍ରି ଉପରେ ୧୫ଟି ସହରର ତାପମାତ୍ରା, ତାଳଚେର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଜଳୁଛି ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସାରା ରାଜ୍ୟ । ସୂର୍ଯ୍ୟଙ୍କ ପ୍ରକୋପରେ ରାଜ୍ୟରେ ତାତି ବଢ଼ିଥିବା ବେଳେ, ଆଜି ୪୦ ଡିଗ୍ରି ଉପରେ ରହିଛି ୧୫ ସହରର ତାପମାତ୍ରା । ତେବେ ତାଳଚେର ଓ ଅନୁଗୁଳ ଆଜି ପାଲିଟି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।

ଆଜି ତାଳଚେର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରି ରହିଥିବା ବେଳେ, ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୯.୮ ଓ କଟକରେ ତାପମାତ୍ରା ୩୯.୨ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ବାଲେଶ୍ବରରେ ତାପମାତ୍ରା ୩୭.୫ ଡିଗ୍ରି ରହିଥିବା ବେଳେ, ଚାନ୍ଦବାଲିରେ ୩୯.୬, ପାରାଦୀପରେ ୩୧.୮, ଗୋପାଳପୁରରେ ୩୧.୮, ପୁରୀରେ ୩୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ବାରିପଦାରେ ୪୨.୨ ଡିଗ୍ରି ଥିବା ବେଳେ, ଝାରସୁଗୁଡ଼ାରେ ୪୦.୬, କେନ୍ଦୁଝରରେ ୩୯.୮, ସମ୍ବଲପୁରରେ ୪୧.୪, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରି, ହୀରାକୁଦରେ ୪୦.୭, ଭବାନୀପାଟଣାରେ ୪୧.୬, କୋରାପୁଟରେ ୩୭.୫ ଡିଗ୍ରି, ଫୁଲବାଣୀରେ ତାପମାତ୍ରା ୪୦ ଡିଗ୍ରି ରହିଛି । ଏସବୁ ସହରକୁ ବାଦଦେଲେ ଟିଟିଲାଗଡ଼ରେ ତାପମାତ୍ରା ୪୨.୨ ଡିଗ୍ରି ରହିଥିବା ବେଳେ, ମାଲକାନଗିରିରେ ୪୨ ଡିଗ୍ରି, ସୋନପୁରରେ ୪୦.୮, ଦାରିଙ୍ଗିବାଡ଼ିରେ ୩୭ ଡିଗ୍ରି, ନୟାଗଡ଼ରେ ୪୧.୭ରେ, ବୌଦ୍ଧରେ ୪୨ ଡିଗ୍ରି, ଛତ୍ରପୁରରେ ୩୪.୫, ପାରଳାଖେମୁଣ୍ଡି ୪୨.୨ ଡିଗ୍ରି, ରାୟଗଡାରେ ତାପମାତ୍ରା ୩୯.୮ ଡିଗ୍ରି ସେଲସିୟସ ରହିଛି ।

Leave A Reply

Your email address will not be published.