Latest Odisha News

BREAKING NEWS

ସାବଧାନ ନରହିଲେ କରୋନା ଦୁର୍ଘଟଣା ଘଟିବ: ମୋଦି

ନୂଆଦିଲ୍ଲୀ: କରୋନାର ମହାମାରୀ ଭିତରେ ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କରୋନା ବିପକ୍ଷରେ ସାରା ଦେଶ ଲଢେଇ କରୁଛି । ଆଉ ଏହି ଲଢେଇ ଆମକୁ ଜାରି ରଖିବାକୁ ହେବ । ଯଦି ଏଯାଏ ଆପଣଙ୍କ ଅଂଚଳ, ଅଫିସ ଏବଂ ଗାଁକୁ କରୋନା ଆସିନି ତେବେ ଆପଣ ଅବହେଳା କରନ୍ତୁ ନାହିଁ । କରୋନା ଏଭଳି ଏକ ଅଦୃଶ୍ୟ ବିପଦ ଯାହା କେଉଁ ସମୟରେ ବି ଆପଣଙ୍କ କବାଟ ବାଡେଇବ । ସାବଧାନ ନରହିଲେ ଯେକୌଣସି ସମୟରେ କରୋନା ଦୁର୍ଘଟଣା ଘଟିବ ।

କରୋନା ବିପକ୍ଷ ଯୁଦ୍ଧରେ ଭାରତ କେନ୍ଦ୍ରରେ ରହିଛି । କରୋନାକୁ ମାତ୍ ଦେବାକୁ ହେଲେ ସମସ୍ତ ଦେଶବାସୀଙ୍କୁ ସତର୍କତାର ସହ ଏହି ଯୁଦ୍ଧ ଜାରି ରଖିବାକୁ ପଡିବ ବୋଲି ମୋଦି କହିଛନ୍ତି । ଅର୍ଥନୈତିକ ବ୍ୟବସ୍ଥା ସୁଧାରିବାକୁ ବିଭିନ୍ନ ରାଜ୍ୟ ନିଜ ରାଜ୍ୟରେ କଟକଣା କୋହଳ କରିବାକୁ ନିଷ୍ପତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ସତର୍କ କରାଇଦେଇଛନ୍ତି ।

କରୋନା ପାଇଁ ଲକଡାଉନ୍ କଟକଣା ଭିତରେ ଭୋକିଲା ରହିଥିବା ଗରିବ ଓ ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଇଦେବାକୁ ଆଗେଇ ଆସିଥିବା ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବର୍ତମାନ ସମୟରେ ସମସ୍ତଙ୍କ ମୁହଁରେ ଥିବା ମାସ୍କ ସୂଚାଉଛି ଯେ, ଭାରତରେ ଶିକ୍ଷିତ ସମାଜ ରହିଛି । ବାହାରେ ଛେପ ପକାଇବା ବନ୍ଦ କରନ୍ତୁ ବୋଲି ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.