Latest Odisha News

BREAKING NEWS

ଏଲିଜାବେଥ ବୋର୍ନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଫ୍ରାନ୍ସ ସିନେଟ ଅଧ୍ୟକ୍ଷଙ୍କୁ ଭେଟିଲେ ମୋଦୀ

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ଅର୍ଥନୈତିକ ଏବଂ ବାଣିଜ୍ୟ, ଶକ୍ତି, ପରିବେଶ, ଶିକ୍ଷା, ପରିବହନ, ରେଳବାଇ, ଡିଜିଟାଲ ଭିତ୍ତିଭୂମି, ମ୍ୟୁଜିଓଲୋଜି ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବା ନେଇ ଆଲୋଚନା କରିଥିଲେ।

ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବହୁମୁଖୀ ସହଯୋଗକୁ ଆହୁରି ଗଭୀର କରିବାକୁ ଉଭୟ ପକ୍ଷ ସେମାନଙ୍କର ଇଚ୍ଛାକୁ ଦୋହରାଇଛନ୍ତି। ଅନ୍ୟପକ୍ଷରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲର୍ଚରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ସାକ୍ଷାତକାରରେ ଭାରତ-ଫ୍ରାନ୍ସ ସହଭାଗିତାର ଆଧାର ଭାବେ ‘ଗଣତନ୍ତ୍ର, ସ୍ୱାଧୀନତା ଏବଂ ସମାନତା’ ଉପରେ ଫୋକସ କରିଥିଲେ।

ସେହିପରି ଏହି ଆଲୋଚନାରେ ଜି-୨୦କୁ ନେଇ ଭାରତର ପ୍ରାଥମିକତା, ଟେକ୍ନୋଲୋଜିର ବ୍ୟବହାରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦୁଇ ସଦନ ମଧ୍ୟରେ ସହଯୋଗ ସମେତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ପରସ୍ପରର ମଙ୍ଗଳକୁ ଗୁରୁତ୍ୱ ଦିଆଯାଇଥିଲା।

Leave A Reply

Your email address will not be published.