Latest Odisha News

BREAKING NEWS

ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀ ଓ ମୁରଲୀମନୋହର ଯୋଶୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ରାଜନାଥ ସିଂହ ମୋଦିଙ୍କ ନାମ ପ୍ରସ୍ତାବ ଦେବା ପରେ ଅମିତ ଶାହ ଓ ନୀତିନ ଗଡ଼କରୀଙ୍କ ସମେତ ଏନଡିଏର ସହଯୋଗୀ ଦଳର ମୁଖ୍ୟମାନେ ସମର୍ଥନ ଜଣାଇ ନରେନ୍ଦ୍ର ମୋଦିଙ୍କୁ ନିଜ ନେତା ଭାବେ ବାଛିଛନ୍ତି ।

ମୋଦି ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି କରିବେ । ହେଲେ ଏହା ପୂର୍ବରୁ ମୋଦି ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ।

ତେବେ ପ୍ରଥମେ ମୋଦି ଲାଲ କୃଷ୍ଣ ଆଡଭାନୀଙ୍କ ବାସଭବନକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ମୋଦି ଆଡଭାନୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ପ୍ରଣାମ କରିଥିଲେ । ଏହାପରେ ଉଭୟ କିଛି ସମୟ ଧରି କଥା ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ। ଏହି ସମୟରେ ଆଡଭାନୀଙ୍କ ଝିଅ ପ୍ରତୀଭା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ଏହାପରେ ନରେନ୍ଦ୍ର ମୋଦି ବିଜେପିର ବରିଷ୍ଠ ନେତା ମୁରଲି ମନୋହର ଯୋଶୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ । ତାଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ଦେଇଥିଲେ । ଏହାପରେ ଯୋଶୀ ମୋଦିଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ବାଗତ ଜଣାଇଥିଲେ । ସେଠାରେ ମଧ୍ୟ କିଛି ସମୟ ଧରି ମନୋହର ଯୋଶୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ମୋଦି ।

ଉଭୟ ଆଡଭାନୀ ଓ ଯୋଶୀ ବିଜେପିର ବହୁ ପୁରୁଖା ନେତା । ଏକଦା ଦଳକୁ ଗଢିତୋଳି ମଜଭୂତ କରିବାରେ ଉଭୟ ନେତାଙ୍କର ବହୁ ଅବଦାନ ରହିଛି ।

 

Comments are closed.