Latest Odisha News

ଜି-୨୦ ଶିଖର ସମ୍ମିଳନୀ; ଭିଡିଓ କନଫରେନ୍ସିରେ ସାମିଲ ହେବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭିଡିଓ କନଫରେନ୍ସି ଜରିଆରେ ସାଉଦୀ ଆରବରେ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ।

BjdElectrycity

କରୋନା ସଂକ୍ରମଣ ଯୋଗୁଁ ଚଳିତଥର ଭିଡିଓ କନଫରେନ୍ସି ଜରିଆରେ ଏହି ସମ୍ମିଳନୀ ହେଉଥିବା ଯୋଗୁଁ ଏହାର ନାମ ଜି-୨୦ ଭର୍ଚୁଆଲ ସମିତି ରଖାଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ବିଶ୍ୱରେ ଦେଖାଯାଉଥିବା ମାରାତ୍ମକ କରୋନାଭାଇରସ ସଙ୍କଟ ସମ୍ପର୍କରେ ଜି-୨୦ ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ଆଲୋଚନା କରାଯିବ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ପ୍ରମୁଖ ନେତାମାନେ ମହାମାରୀ କରୋନାଭାଇରସର ମୁକାବିଲା କରିବା ଲାଗି ସମନ୍ୱିତ ଭାବେ ଭିଡିଓ କନଫରେନ୍ସି ମାଧ୍ୟମରେ ଏକତ୍ରିତ ହେଉଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ଟପିଛି । ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୭ରୁ ଅଧିକ ଦେଶକୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.