Latest Odisha News

BREAKING NEWS

କୋଭିଡ-୧୯: ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଉଦ୍ଧାର ହେଲେ ୧ହଜାର ବିଦେଶୀ ନାଗରିକ

ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀ ମଧ୍ୟରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରି ଆଣିବା ପରେ ଭାରତରେ ଫସିରହିଥିବା ବିଦେଶୀଙ୍କୁ ତାଙ୍କ ଦେଶକୁ ପଠାଇବାକୁ ବ୍ୟବସ୍ଥା କରିଛନ୍ତି ସରକାର ।

ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଭାରତରେ ଲକଡାଉନ ଘୋଷଣା ହୋଇଛି । ଏଥିପାଇଁ ସମସ୍ତ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଛି । ତେବେ ଭାରତରେ ଫସିରହିଥିବା ପାଖାପାଖି ୧ହଜାର ବିଦେଶୀ ନାଗରିକଙ୍କୁ ୫ଟି ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଉଦ୍ଧାର କରାଯାଇ ତାଙ୍କ ଦେଶକୁ ପଠାଯାଇଛି ।

ପାଖାପାଖି ୧୫୦ଜଣ ଜାପାନୀ ନାଗରିକଙ୍କୁ ଟୋକିଓ ପଠାଯାଇଛି । ଏହା ସହିତ ୪ ସ୍ୱତନ୍ତ୍ର ବିମାନ ଯୋଗେ ୫୦୦ଜଣ ଜର୍ମାନୀ ନାଗରିକ, ୧୨୦ଜଣ ୟୁକ୍ରେନ ଓ ୨୪୦ ଜଣ ବାଲଟିକ ନାଗରିକଙ୍କୁ ତାଙ୍କ ଦେଶକୁ ପଠାଯାଇଛି ।

Leave A Reply

Your email address will not be published.