ନୂଆଦିଲ୍ଲୀ: ବର୍ତ୍ତମାନ ପୁରା ଭାରତ କରୋନା ବିରୋଧରେ ଲଢେ଼ଇ କରୁଛି । ଏଥିରେ ବଲିଉଡ ମଧ୍ୟ ସରକାରଙ୍କ ସହ ଛିଡା ହୋଇଛି । ନିକଟରେ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ମିଶି ନିଜ ନିଜ ଘରେ ରହି ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓ ସୁଟ ପାଇଁ କେହି ହେଲେ ବାହାରକୁ ବାହାରିନଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ‘ମୁସ୍କୁରାଏଗା ଇଣ୍ଡିଆ’ ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି ।
ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରି ମୋଦି କହିଛନ୍ତି ଯେ, ପୁଣି ଥରେ ହସିବ ଭାରତ, ଜିତିବ ଭାରତ । ଭାରତ ଲଢ଼ିବ ଏବଂ ଜିତିବ। ଏହା ଆମ ସିନେମା ଜଗତର ତାରକାମାନଙ୍କ ବହୁତ ପ୍ରଶଂସନୀୟ ପ୍ରୟାସ ବୋଲି ମୋଦି କହିଛନ୍ତି ।
ବଲିଉଡ ଅଭିନେତା ଅକ୍ଷୟ କୁମାର କରୋନା ପୀଡିତଙ୍କ ମନୋବଳ ବଢାଇବା ପାଇଁ ‘ମୁସ୍କୁରାଏଗା ଇଣ୍ଡିଆ’ ଭିଡିଓ ଜାରି କରିଛନ୍ତି । ଅକ୍ଷୟ କୁମାର, ଜୈକି ଭଗନାନୀଙ୍କ ସହ ମିଶି ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି ।
ଭିଡିଓରେ ଅକ୍ଷୟ କୁମାରଙ୍କ ସହ ଆୟୁଷ୍ମାନ ଖୁରାନା, ଟାଇଗର ଶ୍ରଫ, କାର୍ତ୍ତିକ ଆରୟନ, ଅନନ୍ୟ ପାଣ୍ଡେ, କୀର୍ତ୍ତି ସାନନ, ତାପସି ପନ୍ନୁ, ରାଜକୁମାର ରାଓଙ୍କ ସମେତ ଅନେକ କଳାକାର ଅଭିନୟ କରିଛନ୍ତି ।
BREAKING NEWS
- ରଣବୀରଙ୍କୁ ଅନଫଲୋ କଲେ ଫରହାନ
- Pan Masala Not Banned In Odisha: ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
- ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅଭିନେତାଙ୍କ ବିରୋଧରେ ଚାଲିବ ମାମଲା
- କିସ୍ତୱାଡ଼ରେ ସେନା-ଜୈସ୍ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍ ସେବା ବନ୍ଦ
- Delhi Summit: କି ପ୍ଲାନ୍ କରୁଛନ୍ତି ପିଏମ୍ ମୋଦି?, ଦିଲ୍ଲୀକୁ ଛୁଟିଛି ଇସଲାମିକ ରାଷ୍ଟ୍ରନେତାଙ୍କ ସୁଅ
- ବସକୁ ଧକ୍କା ଦେଇ ଫେରାର ହେଲା ଟ୍ରକ୍, ୨୮ ଯବାନ ଗୁରୁତର
- ED Summons Sand Mafia: ବାଲି ମାଫିଆଙ୍କୁ ଇଡି ସମନ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ
- Paddy Smuggle: ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ
- Tension In Kotia: ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି
- PT Usha’s Husband Died: ଆଉ ନାହାଁନ୍ତି ଦୌଡ଼ରାଣୀ ପିଟି ଉଷାଙ୍କ ସ୍ୱାମୀ, ଆଇଓଏ ସଭାପତିଙ୍କ ସହ କଥା ହୋଇ ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
Comments are closed.