ନୂଆଦିଲ୍ଲୀ: ବର୍ତ୍ତମାନ ପୁରା ଭାରତ କରୋନା ବିରୋଧରେ ଲଢେ଼ଇ କରୁଛି । ଏଥିରେ ବଲିଉଡ ମଧ୍ୟ ସରକାରଙ୍କ ସହ ଛିଡା ହୋଇଛି । ନିକଟରେ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ମିଶି ନିଜ ନିଜ ଘରେ ରହି ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓ ସୁଟ ପାଇଁ କେହି ହେଲେ ବାହାରକୁ ବାହାରିନଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ‘ମୁସ୍କୁରାଏଗା ଇଣ୍ଡିଆ’ ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି ।
ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରି ମୋଦି କହିଛନ୍ତି ଯେ, ପୁଣି ଥରେ ହସିବ ଭାରତ, ଜିତିବ ଭାରତ । ଭାରତ ଲଢ଼ିବ ଏବଂ ଜିତିବ। ଏହା ଆମ ସିନେମା ଜଗତର ତାରକାମାନଙ୍କ ବହୁତ ପ୍ରଶଂସନୀୟ ପ୍ରୟାସ ବୋଲି ମୋଦି କହିଛନ୍ତି ।
ବଲିଉଡ ଅଭିନେତା ଅକ୍ଷୟ କୁମାର କରୋନା ପୀଡିତଙ୍କ ମନୋବଳ ବଢାଇବା ପାଇଁ ‘ମୁସ୍କୁରାଏଗା ଇଣ୍ଡିଆ’ ଭିଡିଓ ଜାରି କରିଛନ୍ତି । ଅକ୍ଷୟ କୁମାର, ଜୈକି ଭଗନାନୀଙ୍କ ସହ ମିଶି ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି ।
ଭିଡିଓରେ ଅକ୍ଷୟ କୁମାରଙ୍କ ସହ ଆୟୁଷ୍ମାନ ଖୁରାନା, ଟାଇଗର ଶ୍ରଫ, କାର୍ତ୍ତିକ ଆରୟନ, ଅନନ୍ୟ ପାଣ୍ଡେ, କୀର୍ତ୍ତି ସାନନ, ତାପସି ପନ୍ନୁ, ରାଜକୁମାର ରାଓଙ୍କ ସମେତ ଅନେକ କଳାକାର ଅଭିନୟ କରିଛନ୍ତି ।
BREAKING NEWS
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
Comments are closed.