Latest Odisha News

BREAKING NEWS

କୋଭିଡ୍ ମୁକାବିଲା ନେଇ ଜାତିସଂଘର ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ମୋଦି

ନୂଆଦିଲ୍ଲୀ: ଗତ ୮-୯ ମାସ ହେଲାଣି ସାରା ବିଶ୍ୱ କରୋନା ମହାମାରୀ ବିରୋଧରେ ଯୁଦ୍ଧ କରିଆସୁଛି । କିନ୍ତୁ ଏହି ସମୟରେ ମିଳିତ ଜାତିସଂଘ ମହାମାରୀ ମୁକାବିଲା ଦିଗରେ କେଉଁଠି ଅଛି । ଏ ନେଇ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ପ୍ରଶ୍ନ ଉଠାଇଛନ୍ତି ।

ଜାତିସଂଘରେ ସଂସ୍କାର ଆସିବା ଦରକାର। ଭାରତକୁ କେତେ ଦିନ ଯାଏ ଜାତିସଂଘର ନିଷ୍ପତ୍ତି ଗ୍ରହଣ କରୁଥିବା ବର୍ଗଠାରୁ ବଞ୍ଚିତ କରି ରଖାଯିବ ବୋଲି ମୋଦି ପଚାରିଛନ୍ତି । କରୋନା ସହ ସାରା ବିଶ୍ୱ ଲଢ଼େଇ କରୁଥିବା ବେଳେ ଭାରତ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇଛି। ଏଥିସହ ଭାରତ ପ୍ରସ୍ତୁତ କରୁଥିବା କରୋନା ଟିକା ସମଗ୍ର ବିଶ୍ୱକୁ ଯୋଗାଇ ଦିଆଯିବ ବୋଲି ମୋଦି ଜାତିସଂଘରେ ପ୍ରତିଜ୍ଞା କରିଛନ୍ତି।

ଏଥି ସହ ମୋଦି କହିଛନ୍ତି, ୭୫ ବର୍ଷ ମଧ୍ୟରେ ଜାତିସଂଘ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ୩ୟ ବିଶ୍ୱଯୁଦ୍ଧ ହୋଇନି, କିନ୍ତୁ ବିଶ୍ୱବାସୀ ଅନେକ ଯୁଦ୍ଧର ସମ୍ମୁଖୀନ ହୋଇଛନ୍ତି । ଏହି ଯୁଦ୍ଧରେ ଅନେକ ଅନେକ ନିରୀହ ଲୋକଙ୍କ ଜୀବନ ମଧ୍ୟ ଯାଉଛି ।

Comments are closed.