Latest Odisha News

BREAKING NEWS

Bihar Election: ବିହାର ବିଧାନସଭା ନିର୍ବାଚନ ସାମାଜିକ ନ୍ୟାୟର ଅଦ୍ଭୁତପୂର୍ବ ବିଜୟ: ମୋଦି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଜିତିବା ପରେ ଏନଡିଏର ସହଯୋଗୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏହା ସହ ମୋଦି ଏକ ଧଳା ଗାମୁଛାକୁ ବାମ ହାତରେ ଧରି ଉଡ଼ାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବିହାରବାସୀ ବିକଶିତ ବିହାର ପାଇଁ ଭୋଟ ଦେଇଛନ୍ତି । ରାଜ୍ୟରେ ଆଉ କେବେ ଜଙ୍ଗଲରାଜ ଫେରିବନି। ବିହାରରେ ବିପୁଳ ବିଜୟ ରାଜ୍ୟବାସୀଙ୍କ ଅତୁଟ ବିଶ୍ଵାସର ପ୍ରତିଫଳନ । ମିଥ୍ୟାର ପରାଜୟ ହୁଏ । ଜାମିନରେ ଫେରିଥିବା ଲୋକଙ୍କ ସାଥ୍‌ ଦେଲେନି ରାଜ୍ୟବାସୀ । ଗଣତନ୍ତ୍ରକୁ ଆକ୍ରମଣ କରୁଥିବା ଲୋକଙ୍କୁ ରାଜ୍ୟବାସୀ ଉଚିତ ଜବାବ ଦେଇଛନ୍ତି ।

ସେ କହିଛନ୍ତି, ଏନଡିଏର ପ୍ରତ୍ୟେକ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି । ସେମାନେ ଅକ୍ଲାନ୍ତ ପରିଶ୍ରମ କରି ଜନତାଙ୍କ ଭିତରେ ଯାଇ ଆମର ବିକାଶର ଏଜେଣ୍ଡାକୁ ରଖିଥିଲେ ଓ ବିରୋଧିଙ୍କ ସବୁ ମିଛର ଜବାବ୍ ଦେଇଥିଲେ । ଆଗାମୀ ସମୟରେ ଆମେ ବିହାରର ବିକାଶ, ସେଠାର ଭିତ୍ତିଭୂମି ଓ ରାଜ୍ୟର ସଂସ୍କୃତିକୁ ନୂତନ ପରିଚନ ଦେବା ପାଇଁ କାମ କରିବୁ। ଆମେ ଏହା ସୁନିଶ୍ଚିତ କରିବୁ ଯେ, ଯୁବ ଶକ୍ତି ଓ ନାରୀ ଶକ୍ତିଙ୍କୁ ସମୃଦ୍ଧ ଜୀବନ ପାଇଁ ଭରପୁର ସୁଯୋଗ ମିଳିବ । ଏଥର ଲୋକମାନେ ଭୟଭୀତ ନ ହୋଇ ଭୋଟ ଦେଇଥିଲେ। ବିହାର ୨୦୧୦ ପରଠାରୁ ଏନଡିଏକୁ ଏହାର ସବୁଠାରୁ ବଡ଼ ଜନାଦେଶ ଦେଇଥିଲା ।

Comments are closed.