Latest Odisha News

Modi, Shah must resign: ‘ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହା ଇସ୍ତଫା ଦେବା ଉଚିତ’

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ କେନ୍ଦ୍ର ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉପରେ କଠୋର ଆକ୍ରମଣ କରିଛନ୍ତି। ଖଡଗେ କହିଛନ୍ତି ଯେ ସମ୍ପୂର୍ଣ୍ଣ ମାମଲା ରାଜନୈତିକ ପ୍ରତିଶୋଧ ପରାୟଣ ଏବଂ ଏହାର କୌଣସି ଗୁରୁତ୍ୱ ନାହିଁ। ସେ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି, କହିଛନ୍ତି ଯେ “ସତ୍ୟ ସର୍ବଦା ଜୟ ହୁଏ।” ଦିଲ୍ଲୀ ଅଦାଲତ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡିର ମନି ଲଣ୍ଡରିଂ ଅଭିଯୋଗର ବିଚାର କରିବାକୁ ମନା କରିବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି।

ଖଡଗେ କହିଛନ୍ତି ଯେ କୌଣସି ଦୃଢ଼ ଆଧାର ବିନା କଂଗ୍ରେସ ନେତା ଏବଂ ଅନେକ ବରିଷ୍ଠ ବ୍ୟକ୍ତିଙ୍କୁ ହଇରାଣ କରିବା ପାଇଁ ଇଡି ଏବଂ ସିବିଆଇର ଅପବ୍ୟବହାର କରାଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ଗାନ୍ଧୀ ପରିବାରକୁ ଟାର୍ଗେଟ କରିବା ପାଇଁ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଥିଲା। କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ମୁହଁରେ ଏକ ଶକ୍ତ ଚାପୁଡ଼ା ସମାନ ହୋଇଛି। ସେମାନେ ଇସ୍ତଫା ଦେବା ଉଚିତ ଏବଂ ଭବିଷ୍ୟତରେ ଜନସାଧାରଣଙ୍କୁ ହଇରାଣ ନ କରିବାକୁ ପ୍ରତିଶ୍ରୁତି ଦେବା ଉଚିତ।

ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଉଭୟଙ୍କ ଇସ୍ତଫା ଦାବି କରିବ ସହ କହିଛନ୍ତି ଯେ, ଆମେ ସଂସଦ ଭିତରେ ଏବଂ ବାହାରେ ସେମାନଙ୍କ ସହିତ ଲଢ଼ିବୁ ଏବଂ ସେମାନଙ୍କୁ ଶିକ୍ଷା ଦେବୁ। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ଆଶ୍ୱସ୍ତି ଦେଇଛି ଦିଲ୍ଲୀ ଅଦାଲତ । ମଙ୍ଗଳବାର ଦିନ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମନି ଲଣ୍ଡରିଂ ଅଭିଯୋଗର ବିଚାର କରିବାକୁ ମନା କରିଦେଇଛନ୍ତି। ଅଦାଲତ କହିଛି ଯେ ଏଜେନ୍ସିର ତଦନ୍ତ ଏଫଆଇଆରରୁ ନୁହେଁ ବରଂ ଏକ ବ୍ୟକ୍ତିଗତ ଅଭିଯୋଗରୁ ଆରମ୍ଭ ହୋଇଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡଗେ କହିଛନ୍ତି ଯେ, ଏହି ରାୟ ପରେ ମୋଦି ଏବଂ ଶାହ ଇସ୍ତଫା ଦେବା ଉଚିତ। କାରଣ ଏହା ସେମାନଙ୍କ ମୁହଁରେ ଏକ ଚାପୁଡ଼ା ପରି। ସେମାନେ ଇସ୍ତଫା ଦେବା ଉଚିତ କାରଣ ସେମାନେ ଲୋକଙ୍କୁ ଏପରି ହଇରାଣ କରିବା ଉଚିତ୍ ନୁହେଁ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ, ଦଳୀୟ ନେତା କେ.ସି. ବେଣୁଗୋପାଳ, ଅଭିଷେକ ସିଂଘଭି, ଜୟରାମ ରମେଶ ଏବଂ ପବନ ଖେରା ଉପସ୍ଥିତ ଥିଲେ।

Comments are closed.