Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ରାୟ ଶୁଣି ଏତେ ଖୁସି ହୋଇଗଲେ ଯେ ରାହୁଲଙ୍କୁ ‘ସ୍ୱର୍ଗୀୟ’ କହିଦେଲେ

ନୂଆଦିଲ୍ଲୀ:ଏତେ ଖୁସି ଭଲ ନୁହେଁ । ଖୁସିରେ ଏତେ ଝୁମିଲେ ଯେ କିଏ ମୃତ କିଏ ଜୀବିତ ଭୁଲିଗଲେ । ଶେଷରେ ଯାହା ପାଇଁ ନାଚୁଥିଲେ ତାଙ୍କୁ ଅର୍ଥାତ ରାହୁଲ ଗାନ୍ଧୀଙ୍କୁ ସ୍ୱର୍ଗୀୟ ବୋଲି କହିଦେଲେ  । ହଁ, ଆମେ କହୁଛୁ କଂଗ୍ରେସ ନେତାଙ୍କ କଥା ।

ଗତକାଲି ରାହୁଲ ଗାନ୍ଧୀଙ୍କ ସଜା ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇବା ପରେ କଂଗ୍ରେସ ଶିବିରରେ ଯେମିତି ମହୋତ୍ସବର ମାହୋଲ । ବାଣ, ମିଠାରେ କଂଗ୍ରେସ ଶିବିର  ପଡୁଥିଲା, ଉଠୁଥିଲା ।  ଏମିତି ଅବସରରେ ଖୁସିରେ ପାଗଳ ଜାମତଡା ବିଧାୟକ ଇରଫାନ ଅନସାରୀ  କହୁ କହୁ ରାହୁଲ ଗାନ୍ଧୀଙ୍କୁ ‘ସ୍ୱର୍ଗୀୟ’ କହିଦେଲେ ।

ଝାରଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିଲା । ଏହି ସମୟରେ ରାହୁଲଙ୍କ ସଜା ଉପରେ ରୋକ ଲାଗିବା ଖବର ଆସିଥିଲା ।ବିଧାନସଭା ବାହାରେ ମିଡିଆ ସହ କଥାବର୍ତ୍ତା କରିବା ଅବସରରେ ଅନସାରୀ ଖୁସିରେ ଗଦଗଦ ହୋଇ ଯାଉଥିଲେ । ଗାନ୍ଧୀ ପରିବାରର ଗୁଣଗାନ କରୁଥିଲେ । ଏତେ ବିହ୍ୱଳ ହୋଇ ଯାଇଥିଲେ ଯେ,  ରାହୁଲଙ୍କୁ ସ୍ୱର୍ଗୀୟ କହିଦେଲେ । ଏହା ପରେ ଇରଫାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି, ଯେମିତି ଅନସାରୀ ରାହୁଲଙ୍କୁ ସ୍ୱର୍ଗୀୟ କହିଛନ୍ତି,  ସେମିତି ତାଙ୍କ ଆ୍‌ଖପାଖରେ ଥିବା ଲୋକ ତାଙ୍କୁ ରୋକିଥିଲେ । ଅନସାରୀ  ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ  ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କ ଅବଦାନ ବିଷୟରେ କହିବାକୁ ଚାହୁଁଥୁଲେ । ହେଲେ ଭୁଲରେ ତାଙ୍କ ପାଟିରୁ ବାହାରିପଡିଲା ‘ଆଜି ସ୍ୱର୍ଗୀୟ  ରାହୁଲ ଗାନ୍ଧୀ ଯଦି ନ ଥାନ୍ତେ ତେବେ ଏ ଡିଜିଟାଲ କ୍ୟାମେରା ନ ଥାନ୍ତା, ସମସ୍ତଙ୍କ ହାତରେ ଏ ଫୋନ ନ ଥାନ୍ତା ।’

ସେହି ସମୟରେ ସେଠାରେ ଉପସ୍ଥିତ ଥିବା ବିଧାୟକ ଉମାଶଙ୍କର ତାଙ୍କ ଭୁଲକୁ ସୁଧାରି ଦେଇଥିଲେ । ରାହୁଲ ନୁହେଁ ରାଜୀବ ବୋଲି କହିଥିଲେ । ପରେ ପରେ ଅବଶ୍ୟ ଅନସାରୀ ନିଜ ଭୁଲ ସୁଧାରିଥିଲେ । ହେଲେ ସେତେବେଳକୁ କଥା ସରିଥିଲା । ପରେ ପରେ ସେହି ଭିଡିଓ ଭାଇରାଲ ହୋଇ ଯାଇଥିଲା ।

Leave A Reply

Your email address will not be published.