Latest Odisha News

ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଭାଇ ଦାମୋଦର ମୋଦୀ ଗୁରୁବାର ଦିନ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଶପଥ ଗ୍ରହଣ କରିଛନ୍ତି । ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନରେନ୍ଦ୍ର ମୋଦୀଙ୍କ ସମେତ ତାଙ୍କର ନୂତନ ମନ୍ତ୍ରୀମଣ୍ଡଳର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ମୋଦୀଙ୍କ ଏହି ୨ୟ ପାଳି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ।

ବରିଷ୍ଠ ବିଜେପି ନେତା ରାଜନାଥ ସିଂହ, ନିତିନ ଗଡ଼କରୀ, ରାମ ବିଳାସ ପାଶୱାନ, ନୀର୍ମଳା ସୀତାରମଣ, ନରେନ୍ଦ୍ର ସିଂହ ତୋମାର, ସ୍ମୃତି ଇରାନି, ସଦାନନ୍ଦ ଗୌଡ଼ା, ରମେଶ ପୋଖରୀୱାଲ ନିଶଙ୍କ, ହରସିମ୍ରତ କୌର ବାଦଲ, ଅର୍ଜୁନ ମୁଣ୍ଡା, ପୂର୍ବତନ ବୈଦେଶିକ ସଚିବ ସୁର୍ବମଣ୍ୟମ ଜୟଶଙ୍କର ପ୍ରମୁଖ ନେତାମାନେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ଗ୍ରହଣ କରିଛନ୍ତି ।

ଏତଦ ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ, ମୁକ୍ତାର ଆବାସୀ ନକ୍କଭି, ପ୍ରହ୍ଲାଦ ଯୋଶୀ, ଡ଼ଃ ହର୍ଷବର୍ଦ୍ଧନ, ପ୍ରକାଶ ଜାଭେଡ଼କର, ପୀୟୁଷ ଗୋୟଲ, ଗଜେନ୍ଦ୍ର ସିଂହ ଶେଖାୱତ, ମହେନ୍ଦ୍ର ନାଥ ପାଣ୍ଡେ, ଅରବିନ୍ଦ ସାୱନ୍ତ, ଗିରିରାଜ ସିଂହ ଏବଂ ସନ୍ତୋଷ କୁମାର ଗଙ୍ଗୱାର ମୋଦୀଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.