Latest Odisha News

ମୋଦିଙ୍କ ପଛରେ ଏସ୍-୪୦୦, ମିଗ୍ ୨୯: କେବଳ ଗୋଟିଏ ଫଟୋରେ ବାହାରିଗଲା ପାକିସ୍ତାନର ଫୁଟାଣି

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ବିବାଦ ଭିତରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଆଦମପୁର ଏୟାରବେସ୍ ପରିଦର୍ଶନ କରିଛନ୍ତି । ପାକିସ୍ତାନ ଲଗାତାର ସାରା ବିଶ୍ୱରେ ମିଛ ପ୍ରଚାର କରୁଥିବା ବେଳେ ଏୟାରପବେସ୍ ଭିତରେ ମୋଦିଙ୍କ ଗୋଟିଏ ଫଟୋ ଏବେ ପାକିସ୍ତାନର ସବୁ ଫୁଟାଣି ବାହାର କରିଦେଇଛି । ଯେଉଁଥିରେ ପାକିସ୍ତାନ କହୁଥିଲା, ଭାରତର ପଞ୍ଜାବର ଆଦମପୁର ଏୟାରବେସ୍ ଆକ୍ରମଣରେ ଧ୍ୱଂସ କରିଦେଇଛି, ଆଉ ଭାରତର ଲଢୁଆ ବିମାନ ଏସ୍-୪୦୦ କୁ ବି ଧ୍ସଂସ କରିଛି ପାକିସ୍ତାନ । ହେଲେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର ଦାବିର ପର୍ଦ୍ଦାଫାସ କରିଛନ୍ତି ।

ଅପରେସନ ସିନ୍ଦୂର ପରେ ମୋଦି ପାକିସ୍ତାନ ଆକ୍ରମଣରେ ସ୍ବଳ୍ପ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୋଦ୍ ମୋଦି ଏବେ ଏଠାକୁ ଗସ୍ତ କରିଛନ୍ତି ।  ପଞ୍ଜାବର ଆଦମପୁର ଏୟାରବେସ୍ ପହଞ୍ଚି ଭାରତୀୟ ବାୟୁସେନାର ଅଧିକାରୀ ଏବଂ ସୈନିକମାନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ସମୟରେ ସୈନିକମାନଙ୍କ ଉତ୍ସାହ ବହୁତ ଅଧିକ ଥିବା ଦେଖିବାକୁ ମିଳିଥିଲା । ସେ ସୈନିକମାନଙ୍କ ସହିତ କିଛି ମୁହୂର୍ତ୍ତ ବିତାଇଲେ ଏବଂ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ ।

Image

ଏହି ସମୟରେ ମୋଦି ସେନାଙ୍କୁ ସମ୍ବୋଧିତ କରିଥିଲେ, ଆଉ ସମ୍ବୋଧନ ଭିଡିଓ ତମାମ ମୋଦିଙ୍କ ପଛରେ ଗୌରବର ସହ ମଥା ଟେକି ଛିଡା ହୋଇଥିଲା, ଭାରତର ଏସ ୪୦୦ ଏବଂ ମିଗ୍ ୨୯ । ଯାହାକୁ ପାକିସ୍ତାନ ନଷ୍ଟ କରିଦେଇଥିବା ଦାବି କରୁଥିଲା । ଭାରତର ପଞ୍ଜାବର ଆଦମପୁର ଏୟାରବେସକୁ ଆକ୍ରମଣରେ ଧ୍ୱଂସ କରିଦେଇଛି ଏବଂ ଏଥିରେ ମଧ୍ୟ ପ୍ରବଳ କ୍ଷତି ପହଞ୍ଚାଇଛି । ହେଲେ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଆଦମପୁର ଏୟାରବେସରେ ପହଞ୍ଚି ବିଶ୍ୱ ସମ୍ମୁଖରେ ପାକିସ୍ତାନର ମିଛକୁ ପଦାରେ ପକାଇଛନ୍ତି ।

Image

ଆଉ ସାରା ବିଶ୍ବକୁ ବାର୍ତ୍ତା ଦେଇଛନ୍ତି ଆମର ଏସ୍ ୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି ଏହି ଗସ୍ତ ସମୟର ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଏସ୍ ୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସୁରକ୍ଷିତ ଏବଂ ସକ୍ରିୟ ଦେଖାଯାଉଛି । ସେହିପରି, ଆଦମପୁର ଏୟାରବେସର ରାଡାର ସିଷ୍ଟମ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ଏବଂ ଶତ୍ରୁର ପ୍ରତ୍ୟେକ ଘୃଣ୍ୟ କାର୍ଯ୍ୟ ଉପରେ ନଜର ରଖିଛି । ବିଶେଷ କରି ଗୋଟିଏ ଫଟୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଛରେ ଏକ ଭାରତୀୟ ଲଢ଼ୁଆ ବିମାନର ଫଟୋ ଅଛି। ଏହି ଫଟୋର କ୍ୟାପସନରେ ଲେଖାଯାଇଛି, “ଶତ୍ରୁପକ୍ଷର ପାଇଲଟମାନେ କାହିଁକି ଠିକ୍ ଭାବରେ ଶୋଇ ପାରନ୍ତି ନାହିଁ?”, ଆଉ ଏହି ଫଟୋଟି ପଡ଼ୋଶୀ ଦେଶକୁ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଆଦମପୁର ଏୟାରବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ।

Comments are closed.