Latest Odisha News

BREAKING NEWS

ଏପଟେ ଫାଇନାଲ ଲଢୁଥିଲେ ସାମି: ସେପଟେ ଡାକ୍ତରଖାନାରେ ଛଟପଟ ହେଉଥିଲେ ମା’

ନୂଆଦିଲ୍ଲୀ:ଏପଟେ ମହମ୍ମଦ ସାମି ଲଢୁଥିଲେ ବିଶ୍ୱକପ ଫାଇନାଲ । ସେପଟେ ଅଚାନକ ଖରାପ ହୋଇଗଲା ସାମିଙ୍କ ମା’ଙ୍କ ଦେହ । ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏମିତି ଖବର ଦେଇଛନ୍ତି ମହମ୍ମଦ ସାମିଙ୍କ ସମ୍ପର୍କୀୟ ଭାଇ ଡା.ମୁମତାଜ ।

ରିପୋର୍ଟ ଅନୁସାରେ, ରବିବାର ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ । ସେମିଫାଇନାଲରେ ୭ଟି ୱିକେଟ ନେଇ ଚର୍ଚ୍ଚାରେ ଥିବା ସାମିଙ୍କ ଉପରେ ଫ୍ୟାନ୍ସଙ୍କର ଖୁବ ଭରସା ଥିଲା । ବିଶ୍ୱକପରେ ଗୋଟିଏ ବି ମ୍ୟାଚ ହାରି ନ ଥିବା ଭାରତ ଖୁବ ଉତ୍ସାହର ସହ ଫାଇନାଲ ଫିଲ୍ଡକୁ ଆସିଥିଲା ।

ଭାରତୀୟ ବୋଲର ମହମ୍ମଦ ସାମି ଗୋଟିଏ ଗୋଟିଏ ରନ ଏବଂ ଗୋଟିଏ ୱିକେଟ ପାଇଁ ଏପଟେ ଜୀ-ଜାନ ଦେଇ ଲଢୁଥିଲେ । ହେଲେ ଅହମ୍ମଦାବାଦରୁ ୧୧୦ କିମି ଦୂରରେ ଥିବା ଅମରୋହାର ଏକ ଡାକ୍ତରଖାନାରେ ତାଙ୍କର ମା’ ମୃତ୍ୟୁ ସହ ଲଢୁଥିଲେ ।

ମିଡିଆ ରିପୋର୍ଟ ଅନୁସାରେ, ନଭେମ୍ବର ୧୯ ତାରିଖରେ ମହମ୍ମଦ ସାମିଙ୍କ ମା’ ଅନମ ଆରା ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଗଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ପଡିଥିଲା ।

ସେଦିନ ମହମ୍ମଦ ସାମିଙ୍କ ଅମରୋହା ସ୍ଥିତ ସହସପୁର ଗାଁରେ ବିଶ୍ୱକପ ଫାଇନାଲ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିଲା । ଫାଇନାଲ ମ୍ୟାଚ ଦେଖିବା ପାଇଁ ପୁରା ଗାଁ ଏକାଠି ହୋଇଥିଲେ । ସାମିଙ୍କ ମା’ ଭାରତୀୟ ଟିମ ଜିତିବା ପାଇଁ ପ୍ରାର୍ଥନା କରୁଥିଲେ । ହଠାତ ଜ୍ୱର ସହ ଶ୍ୱାସ ନେବାରେ  ଯନ୍ତ୍ରଣା ହୋଇଥିଲା । ତା ପରେ ତାଙ୍କ ଅବସ୍ଥା ଖରାପ ହୋଇଗଲା । ତୁରନ୍ତ ତାଙ୍କୁ ଡାକ୍ତରଖାନା ପଠାଗଲା ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ସେଠାରେ ତାଙ୍କର ଅବସ୍ଥା ଭଲ ଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.