Latest Odisha News

BREAKING NEWS

ଏକତା କପୁର ଏବଂ ବୀର ଦାସଙ୍କୁ ଇଣ୍ଟରନ୍ୟାସନାଲ ଏମୀ ପୁରସ୍କାର…

ନୂଆଦିଲ୍ଲୀ: ଇତିହାସ ରଚିଲେ ଏକତା ଓ ବୀର । ଦୁନିଆର ସବୁଠାରୁ ସମ୍ମାନଜନକ ପୁରସ୍କାର ଏମୀ ପୁରସ୍କାର ୨୦୨୩ ଜିତିଛନ୍ତି ଏକତା ଓ ବୀର । ଶ୍ରେଷ୍ଠ ଧାରାବାହିକ ଭାବେ ଶେଫାଲୀ ଶାହାଙ୍କ ‘ଦିଲ୍ଲୀ କ୍ରାଇମ୍ ୨’ ଏବଂ ବୀର ଦାସଙ୍କ କମେଡି ସ୍ପେଶାଲ୍ ‘ବୀର ଦାସ: ଲ୍ୟାଣ୍ଡିଂ’ ମନୋନୀତ ହୋଇଥିଲା । ତେବେ ‘ବୀର ଦାସ ଲ୍ୟାଣ୍ଡିଂ’ ପାଇଁ ବୀର ଦାସଙ୍କୁ ଶ୍ରେଷ୍ଠ କମେଡି ଆୱାର୍ଡ ପ୍ରଦାନ କରାଯାଇଛି । ସେହିପରି ଏକତା କପୂରଙ୍କୁ ମଧ୍ୟ ଏମି ଡାୟରେକ୍ଟୋରେଟ ଆୱାର୍ଡ ମିଳିଛି । ବୀର ଦାସ ଏବଂ ଏକତା କପୁର ନିଜେ ସେହି ସମାରୋହରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ ।

ସେପ୍ଟେମ୍ବର ୨୬ ରେ ଏମି ପୁରସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଥିଲା । ବିଭିନ୍ନ ବର୍ଗରେ ନାମାଙ୍କନ ଘୋଷଣା କରାଯାଇଥିଲା । କମେଡି ଧାରାବାହିକରେ ବୀର ଦାସଙ୍କୁ ଆନ୍ତର୍ଜାତୀୟ ଏମି ପୁରସ୍କାର ପ୍ରଦାନ କରାଯାଇଥିଲା । ସମାନ ବର୍ଗରେ ହାଟ ଟ୍ରିକ୍ ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ‘ଡେରି ଗାର୍ଲ୍ସ ସିଜନ୩’ ମଧ୍ୟ ପୁରସ୍କୃତ କରାଯାଇଥିଲା । ପ୍ରଥମ ଭାରତୀୟ ମହିଳା ଭାବରେ ପ୍ରସିଦ୍ଧ ବ୍ୟବସାୟୀ ଏକତା କପୁର ଏମୀ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.