ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୋମବାର ସ୍ପଷ୍ଟ କରିଛି ଯେ, ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀ ଅଷ୍ଟ୍ରେଲିଆ ଗସ୍ତରେ ଯିବେନି । ଫଳରେ ୪ର୍ଥ ଏବଂ ୫ମ ଟେଷ୍ଟରେ ସାମୀ ଖେଳିବା ଅଟକଳ ଉପରେ ବିରାମ ଲାଗିଛି । ସାମୀ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଥିଲେ ମଧ୍ୟ ଏବେ ବି ମେଡିକାଲ ଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ସାମୀଙ୍କ ଗସ୍ତ ସମ୍ଭବପର ନୁହେଁ ବୋଲି କହିଥିଲେ । ସାମୀ ରଣଜୀ ଟ୍ରଫିରେ ବେଙ୍ଗଲ ପକ୍ଷରୁ ଖେଳିଥିଲେ ।
ସେ ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ୪୩ ଓଭର ବୋଲିଂ ମଧ୍ୟ କରିଥିଲେ । ସେହିପରି ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ସେ ୯ଟି ମ୍ୟାଚରେ ଖେଳିଥିଲେ । ପୂର୍ବ ଲୟ ଅନୁସାରେ ବୋଲିଂ କରିବା ପାଇଁ ତାଙ୍କୁ ଆଉ କିଛି ଦିନ ଅଭ୍ୟାସ କରିବାକୁ ପଡିବ ବୋଲି ମେଡିକାଲ ଟିମ ପକ୍ଷରୁ କୁହାଯାଇଛି । ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ଉଭୟ ଏବଂ ଭାରତ ଏବଂ ଅଷ୍ଟ୍ରେଲିଆ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।