Latest Odisha News

ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି, କାହିଁକି ଏମିତି କହିଲେ ଘନିଷ୍ଠ ବନ୍ଧୁ

ନୂଆଦିଲ୍ଲୀ: କ୍ରିକେଟର ଶାମି ଏବେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି। ଏଭଳି କହିଛନ୍ତି ଶାମିଙ୍କ ଘନିଷ୍ଠ ବନ୍ଧୁ ଉମେଶ କୁମାର।

ଶାମିଙ୍କ ନିକଟତର କୁହାଯାଉଥିବା ଉମେଶ କୁମାର, ଶୁଭଙ୍କର ମିଶ୍ରାଙ୍କ ପୋଡକାଷ୍ଟରେ କହିଛନ୍ତି ଯେ, ତାଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗର ଆସିଥିବାବେଳେ ଖୁବ୍ ଚିନ୍ତାରେ ରହୁଥିଲେ। ତାଙ୍କ ପତ୍ନୀ ହସିନ ଜାହାନ ମଧ୍ଯ ଏହି ଅଭିଯୋଗ କରିଥିଲେ ଫଳରେ ଶାମି ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ।

ଉମେଶଙ୍କ ଅନୁଯାୟୀ, ଶାମି ଏହା ମଧ୍ୟ କହିଥିଲେ ଯେ ସେ ସବୁକିଛି ସହି କରିପାରିବେ କିନ୍ତୁ ଦେଶ ପ୍ରତି ବିଶ୍ବାସଘାତକତା ଅଭିଯୋଗ ନୁହେଁ।

ଦିନେ ସେ ପାଣି ପିଇବାକୁ ସକାଳ ୪ଟାରେ ଉଠିଥିଲେ। ସେ ରୋଷେଇ ଘର ଆଡକୁ ଯାଉଥିଲା ବେଳେ ଶାମିଙ୍କୁ ୧୯ ତମ ମହଲାର ବାଲକୋନୀରେ ଠିଆ ହୋଇଥିବାର ଦେଖିଥିଲେ। ମୁଁ ବୁଝିପାରିଥିଲି ଯେ ସେ କଣ ଭାବୁଛି। ସେହି ରାତି ମୋ ପାଇଁ କଷ୍ଟକର ଥିଲା ବୋଲି କହିଛନ୍ତି ଉମେଶ।

ତା’ର ଗୋଟିଏ ଦିନ ପରେ ଶାମିଙ୍କ ମୋବାଇଲକୁ ମେସେଜ ଆସିଥିଲା ଯେ, ଏହି ମାମଲାରେ ତାଙ୍କୁ କ୍ଲିନ୍ ଚିଟ୍ ମିଳିଯାଇଛି। ଆପଣ କଳ୍ପନା କରିପାରିବେ ନାହିଁ ଯେ ସେ କେତେ ଖୁସି ହୋଇଥିଲା ବୋଲି ଉମେଶ କହିଛନ୍ତି।

Comments are closed.