Latest Odisha News

ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କଲେ ମୋହନ ସରକାର

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କରିଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନା ବୋର୍ଡଙ୍କୁ ଭଙ୍ଗ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିରେ ଏହା କୁହାଯାଇଛି। ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଆସିବାର ମାସକ ପରେ ବୋର୍ଡ ଭଙ୍ଗ ହେବା ପରେ ନୂଆ ଯୋଜନା ବୋର୍ଡ ଗଠନ ପାଇଁ ବାଟ ଖୋଲିଛି। ସୂତ୍ରରୁ ପ୍ରକାଶ ଯେ ରାଜ୍ୟ ସରକାର ଖୁବଶୀଘ୍ର ଏକ ନୂତନ ଯୋଜନା ବୋର୍ଡ ଗଠନ କରିବାର ସମ୍ଭାବନା ରହିଛି ।

କେନ୍ଦ୍ର ସରକାର ସାରା ଦେଶରେ ଯୋଜନା ତିଆରି କରିବାକୁ ହେଲେ ନୀତି ଆୟୋଗରେ ଗୋଟିଏ ବଡ ଭୂମିକା ରହିଥାଏ। ଠିକ ସେହିପରି ଓଡ଼ିଶା ସରକାରରେ ଯୋଜନା ବୋର୍ଡର ଭୂମିକା ରହିଛି। ଯୋଜନା ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ରୁହନ୍ତି ଏବଂ ଉପାଧ୍ୟକ୍ଷ ଜଣେ କ୍ୟାବିନେଟ ମନ୍ତ୍ରି କିମ୍ବା ବେସରକାରୀ ବ୍ୟକ୍ତି ରହିପାରିବେ । ଯୋଜନା ବୋର୍ଡରେ ଜଣେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବ୍ୟତୀତ ୧୪ ଜଣ ସଭ୍ୟ ଏବଂ ଜଣେ ସଚିବ ରହିବେ । ଉପାଧ୍ୟକ୍ଷ ପଦରେ ଅବସ୍ଥାପିତ ହେଉଥିବା ବ୍ୟକ୍ତି କ୍ୟାବିନେଟ ମନ୍ତ୍ରୀର ସମ୍ମାନ ପାଆନ୍ତି। ତତ୍କାଳୀନ ସରକାରରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିଲେ ବୋର୍ଡରେ । ନିର୍ବାଚନ ହାରିଥିବା ଦଳୀୟ ନେତା ଉପାଧ୍ୟକ୍ଷ ପଦରେ ଅବସ୍ଥାପିତ ହେଉଥିଲେ। କିନ୍ତୁ ବୋର୍ଡର ବୈଠକ ଦୀର୍ଘ ଦିନ ହେବ ବସିନଥିଲା।

Comments are closed.